ଓଡିଶା

odisha

1983 କ୍ରିକେଟ ବିଶ୍ବକପ: ବିଜେତା କ୍ରିକେଟରଙ୍କ କେତେ ଥିଲା ଦରମା, ଜାଣନ୍ତୁ..

By

Published : Jul 26, 2020, 10:32 PM IST

ବିଜେତା ଟିମର ଖେଳାଳିଙ୍କ ଦରମାକୁ ନେଇ ଖୁଲାସା ହୋଇଛି । ବର୍ତ୍ତମାନର ଭାରତୀୟ କ୍ରିକେଟର ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡର ଅଧୀନରେ ଖେଳୁଛନ୍ତି । ମାତ୍ର ଦିନ ଥିଲା, ତତ୍କାଳୀନ କ୍ରିକେଟରଙ୍କ ଦରମା 1000ରୁ କମ୍ ଥିଲା ।

REVEALED: Salary of the Indian Team which won the 1983 World Cup
1983 କ୍ରିକେଟ ବିଶ୍ବକପ ବିଜେତା କ୍ରିକେଟରଙ୍କ କେତେ ଥିଲା ଦରମା, ଜାଣନ୍ତୁ..

ହାଇଦ୍ରାବାଦ: 1983 କ୍ରିକେଟ ବିଶ୍ବକପ ବିଜୟ ପରେ ଭାରତୀୟ କ୍ରିକେଟର ଚିତ୍ର ଓ ଚରିତ୍ର ବଦଳିଥିବା କହିବା ଭୁଲ ହେବନାହିଁ । ଇଂଲଣ୍ଡର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ କପିଲ ଦେବଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ଇତିହାସ ରଚିଥିଲା । ଏହାପରେ ବିଶ୍ବ ଦରବାରରେ ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଓ ପ୍ରସିଦ୍ଧି ମିଳିଥିଲା ।

1983 କ୍ରିକେଟ ବିଶ୍ବକପ ବିଜେତା କ୍ରିକେଟରଙ୍କ କେତେ ଥିଲା ଦରମା

ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦୁର୍ବଳ ଭାବେ ଭାରତୀୟ ଦଳ ଖେଳିଥିଲା । ମାତ୍ର ଭାରତୀୟ କ୍ରିକେଟରଙ୍କ ପ୍ରଭାବୀ ପ୍ରଦର୍ଶନ ଓ ନିଜକୁ ପ୍ରମାଣିତ ହେବାର ମନୋବଳ ସଫଳତା ଆଣିଦେଇଥିଲା । ଫାଇନାଲରେ ତତ୍କାଳୀନ ଶକ୍ତିଶାଳୀ ଇଣ୍ଡିଜ ଟିମକୁ ହରାଇ ଅବିଶ୍ବସନୀୟ ଭାବେ ଚମ୍ପିଆନ ହୋଇଥିଲା ଭାରତ । ତାରିଖ ଥିଲା 25 ଜୁନ 1983, ପ୍ରଥମ ବିଶ୍ବକପ ବିଜୟରେ ଝୁମିଥିଲା ସମଗ୍ର ଦେଶ ।

1983 କ୍ରିକେଟ ବିଶ୍ବକପ ବିଜେତା କ୍ରିକେଟରଙ୍କ କେତେ ଥିଲା ଦରମା, ଜାଣନ୍ତୁ..

ପରାଜୟ ପରେ ସ୍ବଦେଶ ନଫେରି ଟୁର୍ ରେ ଯିବାକୁ ଯୋଜନା ଥିବା ଏକାଧିକ ଖେଳାଳି ପୂର୍ବରୁ ଖୁଲାସା କରିଛନ୍ତି । କାରଣ ଭାରତ ବିଶ୍ବକପ ବିଜେତା ହୋଇପାରିବ ଏହି ବିଶ୍ବାସ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କାହାରି ନଥିଲା । ତେବେ ଗ୍ରୁପ ପର୍ଯ୍ୟାୟରେ ଗୋଟିଏ ପରେ ଗୋଟିଏ ମ୍ୟାଚ ବିଜୟ, ଭାରତୀୟ କ୍ୟାମ୍ପରେ ବିଶ୍ବାସ ଭରିଥିଲା ।

ତେବେ ବିଜେତା ଟିମର ଖେଳାଳିଙ୍କ ଦରମାକୁ ନେଇ ଖୁଲାସା ହୋଇଛି । ବର୍ତ୍ତମାନର ଭାରତୀୟ କ୍ରିକେଟର ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡର ଅଧୀନରେ ଖେଳୁଛନ୍ତି । ମାତ୍ର ଦିନ ଥିଲା, ତତ୍କାଳୀନ କ୍ରିକେଟରଙ୍କ ଦରମା 1000ରୁ କମ୍ ଥିଲା ।

1983 କ୍ରିକେଟ ବିଶ୍ବକପ ବିଜେତା

ନିକଟରେ ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ମଧ୍ୟରେ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ପ୍ରଦର୍ଶନୀ ମ୍ୟାଚର ଫି ଭାଇରାଲ ହୋଇଥିଲା । ମ୍ୟାଚ ଫି ବାବଦକୁ 1500 ଓ 200ଟଙ୍କା ଭତ୍ତା ବାବଦକୁ ମିଳୁଥିଲା ।

ତେବେ ବର୍ତ୍ତମାନର ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଅନୁବନ୍ଧିତ ଖେଳାଳିଙ୍କ ଦରମା ଆକାଶ ଛୁଆଁ ରହିଛି । ଗ୍ରେଡ ଏ+, ଏ, ବି ଓ ସି ଭାବରେ ଖେଳାଳିଙ୍କୁ ବିବିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ଗ୍ରେଡ ଏ+ ଖେଳାଳିଙ୍କୁ 7 କୋଟି, ଗ୍ରେଡ ଏ ପାଇଁ 5 କୋଟି ଓ ଗ୍ରେଡ ବି ଖେଳାଳିଙ୍କୁ 3 କୋଟି, ଗ୍ରେଡ ସିରେ 1କୋଟି ଦରମା ବିସିସିଆଇ ପକ୍ଷରୁ ମିଳୁଛି ।

ଗ୍ରେଡ ଏ+ରେ ବିରାଟ କୋହଲି, ରୋହିତ ଶର୍ମା ଓ ଜଶପ୍ରୀତ ବୁମରା ରହିଛନ୍ତି ।

ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟର ମଧ୍ୟ ମୋଟା ଅଙ୍କର ଦରମା ମିଳୁଛି । 4ଦିନିଆ ରଣଜୀ ମ୍ୟାଚ ପାଇଁ ଦୈନିକ 35,000 ଟଙ୍କା ମିଳୁଛି । ଏଥିସହିତ ଟେଲିଭିଜନରୁ ଓ ଅନ୍ୟାନ୍ୟ ଆୟକୁ ମିଶାଇଲେ ଗୋଟିଏ ମ୍ୟାଚରୁ 3 ଲକ୍ଷ ଟଙ୍କା ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details