ନୂଆଦିଲ୍ଲୀ: କୋରୋନା ଭାଇରସ ଲକଡାଉନକୁ ନେଇ ବିଶ୍ବବିଜୟୀ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କପିଳ ଦେବଙ୍କ ବଡ ବୟାନ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ପ୍ରାଥମିକତା ଦୃଷ୍ଟିରୁ ପ୍ରଥମେ ଖୋଲିବା ଦରକାର । ଏନେଇ ସମସ୍ତେ ଚିନ୍ତିତ ହେବା ଜରୁରୀ କହିଛନ୍ତି କପିଳ ଦେବ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଲକାଡାଉନ କାରଣରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ କୋଟି କୋଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧାରେ ଅଟକିଛି । ଏହା ଅଧିକ ଚିନ୍ତାର ବିଷୟ କହିଛନ୍ତି ମହାନ କ୍ରିକେଟର କପିଳ ଦେବ ।
ପ୍ରଥମେ ସ୍କୁଲ ଖୋଲିବା ଆବଶ୍ୟକ, ପରେ କ୍ରିକେଟ: କପିଳ ଦେବ - ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ
କୋରୋନା ଭାଇରସ ଲକଡାଉନକୁ ନେଇ ବିଶ୍ବବିଜୟୀ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କପିଳ ଦେବଙ୍କ ବଡ ବୟାନ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ପ୍ରାଥମିକତା ଦୃଷ୍ଟିରୁ ପ୍ରଥମେ ଖୋଲିବା ଦରକାର । ଏନେଇ ସମସ୍ତେ ଚିନ୍ତିତ ହେବା ଜରୁରୀ କହିଛନ୍ତି କପିଳ ଦେବ ।
ପ୍ରଥମେ ବିଦ୍ୟାଳୟ ଖୋଲିବା ଆବଶ୍ୟକ, ପରେ କ୍ରିକେଟ: କପିଳ ଦେବ
କ୍ରିକେଟ, ଫୁଟବଲ ଓ ଅନ୍ୟସମସ୍ତ କ୍ରୀଡା ଇଭେଣ୍ଟ ସ୍ଥିତି ସ୍ବାଭାବିକ ହେଲେ ଆରମ୍ଭ ହୋଇପାରିବ । ପୂର୍ବରୁ କୋରୋନା ମୁକାବିଲା ପାଣ୍ଠି ଯୋଗାଡ ପାଇଁ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚର ପ୍ରସ୍ତାବ ଦେଇଥିଲେ ପାକିସ୍ତାନ କ୍ରିକେଟର ସୋଏବ ଅଖତର ।
ଏହା ପ୍ରସ୍ତାବକୁ ଦୃଢ ଭାବେ ଖାରଜ କରିଥିଲେ କପିଳ ଦେବ । ଜୀବନକୁ ବିପଦରେ ପକାଇ କ୍ରିକେଟ ପାଇଁ ଭାରତ କେବେ ଚାହିଁବନାହିଁ । ଏଥିସହିତ ଭାରତ ପାଖରେ ଅର୍ଥର ଅଭାବ ନାହିଁ କହି ଅଖତରଙ୍କୁ କଡା ଜବାବ ଦେଇଥିଲେ କପିଳ ଦେବ ।