ଓଡିଶା

odisha

By

Published : Mar 9, 2021, 9:56 PM IST

ETV Bharat / sports

ଭାରତର ପ୍ରତିନିଧିତ୍ବ ସର୍ବଶ୍ରେଷ୍ଠ ପ୍ରେରଣା: ଝୁଲଣ ଗୋସ୍ବାମୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆରେ 42 ରନ ବ୍ୟୟରେ 4 ୱିକେଟ ଅକ୍ତିଆର କରିଛନ୍ତି । ଅଧିକ ପଢନ୍ତୁ...

'Representing India is my biggest motivation': Jhulan Goswami
ଭାରତର ପ୍ରତିନିଧିତ୍ବ ସର୍ବଶ୍ରେଷ୍ଠ ପ୍ରେରଣା: ଝୁଲଣ ଗୋସ୍ବାମୀ

ଲକ୍ଷ୍ନୌ:ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି ।

30 ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ବୟସ ଝୁଲଣଙ୍କ ପାଇଁ କେବଳ ଏକ ସଂଖ୍ୟା ସାବ୍ୟସ୍ତ ହୋଇଛି । ପ୍ରଦର୍ଶନରେ ସ୍ଥିରତା, ଜବରଦସ୍ତ ଫିଟନେସ ତାଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମର ପ୍ରମୁଖ ସଦସ୍ୟ ହୋଇପାରିଛନ୍ତି ।

38 ବର୍ଷୀୟ ଝୁଲଣ ଭାରତ ପାଇଁ 231 ୱିକେଟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ।

ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆରେ 42 ରନ ବ୍ୟୟରେ 4 ୱିକେଟ ଅକ୍ତିଆର କରିବା ସହ ଭାରତର 9 ୱିକେଟର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ । ଫଳରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 1-1ରେ ବରାବର କରିଛି ଭାରତ ।

ମ୍ୟାଚ ପରବର୍ତ୍ତୀ ପ୍ରତିକ୍ରିୟାରେ ଝୁଲଣ କହିଛନ୍ତି, ଭାରତ ପାଇଁ ଖେଳିବା ସବୁଠୁ ବଡ ପ୍ରେରଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details