ହାଇଦ୍ରାବାଦ: 1908 ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ 'କ୍ରିକେଟର ଡନ' କୁହାଯାଉଥିବା ଅଷ୍ଟ୍ରେଲିଆର ଏହି ମହାନ କ୍ରିକେଟର ସାର ଡୋନାଲ୍ଡ ବ୍ରାଡମ୍ୟାନ । କ୍ରିକେଟ ଇତିହାସରେ ରହିଛି ତାଙ୍କର ଏମିତି ରେକର୍ଡ ଯାହା କେବେ କେହି ଭାଙ୍ଗି ପାରିବେ ନାହିଁ । ତେବେ ଆଜି ତାଙ୍କ ଜନ୍ମବାର୍ଷିକ ଅବସରରେ ମନେ ପକାଇବା ତାଙ୍କର କିଛି ଖାସ ରେକର୍ଡ ଉପରେ ।
ଆଜି 'କ୍ରିକେଟର ଡନ'ଙ୍କ ଜନ୍ମଦିନ, 22 ବଲରେ କରିଥିଲେ ଶତକ - କ୍ରିକେଟ ଇତିହାସ
1908 ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ 'କ୍ରିକେଟର ଡନ' କୁହାଯାଉଥିବା ଅଷ୍ଟ୍ରେଲିଆର ଏହି ମହାନ କ୍ରିକେଟର ସାର ଡୋନାଲ୍ଡ ବ୍ରାଡମ୍ୟାନ ।
ତେବେ ଡନଙ୍କ କ୍ରିକେଟ କ୍ୟାରିଅରରେ ରହିଛି ଏହି ଖାସ୍ ରେକର୍ଡ । ପ୍ରଥମ ଶ୍ରେଣୀରେ ସେ ମାତ୍ର 22ଟି ବଲରେ ଶତକ କରିଥିଲେ । ଯାହା ଏବେ ଯାଏ ଅତୁଟ ରହିଛି । ଯଦିଓ ସେ ସମୟରେ ଗୋଟିଏ ଓଭରରେ 8ଟି ବଲ ଥିଲା । ମାତ୍ର ଡନଙ୍କ ଏହି ଖତରନାକ୍ ବ୍ୟାଟିଂ କ୍ରିକେଟ ଇତିହାସରେ ଏବେ ସ୍ବର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିଛି ।
ସେହିପରି ବ୍ରାଡମ୍ୟାନ କ୍ୟାରିଅରର ମୋଟ ରନ ରହିଛି 6994ରନ । ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଛି 334ରନ । ଏଥିରେ ସାମିଲ ଅଛି 29ଟି ଶତକ ଓ 13ଟି ଅର୍ଦ୍ଧଶତକ । ମାତ୍ର ତାଙ୍କ ପୁରା ଟେଷ୍ଟ କ୍ୟାରିଅରରେ ସେ ମାତ୍ର 6ଟି ଛକା ମାରିଛନ୍ତି । ଇଂଲଣ୍ଡ ବିପକ୍ଷରେ 5ଟି ଏବଂ ଭାରତ ବିପକ୍ଷରେ ଗୋଟିଏ ଛକା ମାରିଛନ୍ତି ।