ବେଙ୍ଗାଲୁରୁ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଟେଷ୍ଟ କ୍ୟାପ ଗ୍ରହଣ କରିଥିଲେ ଲୋକେଶ ରାହୁଲ । ଏହି ମୂହୂର୍ତ୍ତକୁ ସ୍ମରଣୀୟ ଓ ସବୁଠୁ ସ୍ବତନ୍ତ୍ର ବୋଲି କହିଛନ୍ତି ରାହୁଲ ।
ଧୋନିଙ୍କ ଅଧିନାୟକତ୍ବରେ ବର୍ଷ 2014ରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଲୋକେଶ ରାହୁଲ । ତେବେ ଡେବ୍ୟୁ ଟେଷ୍ଟରେ 2ଟି ଯାକ ଇଂନିସରେ ରାହୁଲ(3,1) ଫେଲ ମାରିଥିଲେ । ତେବେ ଭାରତ ଏହି ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫିକୁ ଡ୍ର ରଖିବାରେ ସଫଳ ହୋଇଥିଲା ।