ହାଇଦ୍ରାବାଦ: ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆଗ୍ରହୀ ଥିବା କହିଛନ୍ତି ପୂର୍ବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ । ଭବିଷ୍ୟତରେ ଯଦି କୋଚ ଦାୟିତ୍ବ ତୁଲାଇବାକୁ ସୁଯୋଗ ମିଳେ, ସେ ନିଶ୍ଚୟ ଗ୍ରହଣ କରିବେ ବୋଲି ଆଝାରୁଦ୍ଦିନ ଏକ ସାକ୍ଷାତକାରରେ କହିଛନ୍ତି ।
ଆଝାରୁଦ୍ଦିନ ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି । ତେବେ ଟିମ ସହ ବର୍ତ୍ତମାନ ସମୟର ଏକାଧିକ କୋଚିଂ ଷ୍ଟାଫଙ୍କୁ ନାପସନ୍ଦ କରିଛନ୍ତି ଆଝାରୁଦ୍ଦିନ । ବ୍ୟାଟିଂରେ ତାଙ୍କର ଅଭିଜ୍ଞତା ଥିବାରୁ ସେ କୋଚ ହେଲେ, ବ୍ୟାଟିଂ କୋଚ ଆବଶ୍ୟକ କରିବେ ନାହିଁ ବୋଲି କହିଛନ୍ତି ।