ହୋସଙ୍ଗାବାଦ(ମଧ୍ୟପ୍ରଦେଶ): ତୁଳସୀ ଦୁଇ ପତ୍ରରୁ ବାସେ । କଥାରେ ଅଛି ପ୍ରତିଭାର ବୟସ ପ୍ରତିବନ୍ଧକ ହୋଇନଥାଏ । ପ୍ରାରମ୍ଭରୁ ପ୍ରତିଭାର ପରିଚୟ ମିଳିଥାଏ । ଏପରି ଜଣେ କୁନି କ୍ରିକେଟ ପ୍ରତିଭାଙ୍କୁ ନେଇ ବେଶ୍ ଚର୍ଚ୍ଚା । ନାମ ତାଙ୍କର ପୃଥ୍ବୀରାଜ ଚୌହାନ । ମଧ୍ୟପ୍ରଦେଶ ହୋସଙ୍ଗାବାଦର ବାବାଇ କ୍ଳବ ଅନ୍ତର୍ଗତ ବଂଶୀଖେଡି ଗ୍ରାମର ନିଲେଶ ଚୌହାନଙ୍କ କୁନି ପୁଅ । ବୟସ ମାତ୍ର 3 ବର୍ଷ ।
ମାତ୍ର କ୍ରିକେଟ ପ୍ରତି ତାଙ୍କର ରୁଚି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଭାବିତ କରିଛି । ପୃଥ୍ବୀରାଜ କୁନି ହାତରେ କ୍ରିକେଟ ଅଭ୍ୟାସ କରୁଥିବାର ଭିଡିଓ ଦେଖି ଜାଡେଜା ବିମୋହିତ ହୋଇଛନ୍ତି । ଲକଡାଉନ ପରେ, ଅଭ୍ୟାସରେ ସାହାସ୍ୟ କରିବାସହ ଦେଖାକରିବେ ବୋଲି କଥା ଦେଇଥିବା ପୃଥ୍ବୀରାଜଙ୍କ ପିତା ନିଲେଶ କୁହନ୍ତି । ବଜାରରେ ଖେଳନା କିଣିବାକୁ କହିଲେ ପୃଥ୍ବୀରାଜଙ୍କ ଆଖି କେବଳ ବ୍ୟାଟ ଓ ବଲ ଉପରେ ପଡେ ।