ଓଡିଶା

odisha

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ ରବିନ୍ଦ୍ର ଜାଡେଜାଙ୍କ 12 ବର୍ଷ

ପିଲାଦିନରୁ ମହାନ ଅତୁଲ୍ୟ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲି, ମାତ୍ର ଆଜି 12 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ସବୁକିଛି କାଲି ପରି ଲାଗୁଛି କହିଛନ୍ତି ଜାଡେଜା । ଅଧିକ ପଢନ୍ତୁ...

By

Published : Feb 8, 2021, 10:24 PM IST

Ravindra jadeja completes his 12 years in international cricket
ଅନ୍ତର୍ଜାତୀୟ କ୍ରିକେଟରେ ରବିନ୍ଦ୍ର ଜାଡେଜାଙ୍କ 12 ବର୍ଷ

ହାଇଦ୍ରାବାଦ:ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୋମବାର ଅନ୍ତର୍ଜାତୀୟ କ୍ରିକେଟରେ 12 ବର୍ଷ ପୂରଣ କରିଛନ୍ତି । ଜାଡେଜା ଆଜିର ଦିନରେ ବର୍ଷ 2009ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ଗତ 12 ବର୍ଷ ମଧ୍ୟରେ ଜାଡେଜା ଭାରତକୁ ଏକାକୀ ନିଜ ଦମରେ ଏକାଧିକ ମ୍ୟାଚ ଜିତାଇଛନ୍ତି ।

ବର୍ତ୍ତମାନ ସମୟରେ ରବିନ୍ଦ୍ର ଜାଡେଜା ଭାରତୀୟ ଟିମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟରେ 12 ବର୍ଷର ସଫଳତମ ଯାତ୍ରା ପୂରଣ କରିବା ପରେ, ଜାଡେଜା ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି ।

ଜାଡେଜା ଟ୍ବିଟରେ ଲେଖିଛନ୍ତି, "ପିଲାଦିନରୁ ମହାନ ଅତୁଲ୍ୟ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲି, ମାତ୍ର ଆଜି 12 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ସବୁକିଛି କାଲି ପରି ଲାଗୁଛି । ଭାରତ ପାଇଁ ଖେଳିବା ଏକ ଭାବନା, ଯାହାକୁ ଶବ୍ଦରେ ବୟାନ କରିବା କଷ୍ଟକର । ଏହାଠାରୁ ବଡ କୌଣସି ସମ୍ମାନ ହୋଇନପାରେ ।"

32 ବର୍ଷୀୟ ଅଲରାଉଣ୍ଡର ଏଯାବତ ଭାରତ ପାଇଁ 51 ଟେଷ୍ଟ, 168 ଏକଦିବସୀୟ ଓ 50 ଟି20 ମ୍ୟାଚ ଖେଳିସାରିଛନ୍ତି । 51 ଟେଷ୍ଟ ମ୍ୟାଚରୁ 1954ରନ ସହ 220 ୱିକେଟ ଅକ୍ତିଆର କରିଛନ୍ତି । ସେହିପରି 168 ଦିନିକିଆ ମ୍ୟାଚରୁ 2411 ରନ ସହ 188 ଖେଳାଳିଙ୍କୁ ଆଉଟ କରି ପାଭିଲିୟନର ରାସ୍ତା ଦେଖାଇଛନ୍ତି । 50ଟି ଟି20 ମ୍ୟାଚରୁ ଜାଡେଜାଙ୍କ ନାମରେ 217 ରନ ଓ 37 ୱିକେଟ ରହିଛି । ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ତିନୋଟି ଫର୍ମାଟରେ ରବିନ୍ଦ୍ର ଜାଡେଜା 28 ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details