ମୁମ୍ବାଇ: ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବାପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମତରଖିଛନ୍ତି । ଶାସ୍ତ୍ରୀ, ଗାଙ୍ଗୁଲିଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଭାରତୀୟ କ୍ରିକେଟ ସଠିକ ଦିଗରେ ଆଗେଇବ ।
ଗାଙ୍ଗୁଲି ବିସିସିଆଇ ବିଗବସ୍ ହେବାପରେ କଣ କହିଲେ ଶାସ୍ତ୍ରୀ ? - Shastri reacts on Ganguly
ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବାପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମତ ରଖିଛନ୍ତି ।
ଗାଙ୍ଗୁଲି ସର୍ବଦା ଦକ୍ଷ ନେତୃତ୍ବର ନେବାର ପ୍ରମାଣ ଦେଇଛନ୍ତି । କ୍ରୀଡା ପ୍ରଶାସକ ଭାବରେ ଗାଙ୍ଗୁଲିଙ୍କ ପାଖରେ 4ରୁ 5ବର୍ଷ ଅଭିଜ୍ଞତା ରହିଛି । ସେହିଦୃଷ୍ଟିରୁ ବିସିସିଆଇ ସଭାପତି ଭାବେ ଗାଙ୍ଗୁଲିଙ୍କ ଚୟନ ଉଚିତ ହୋଇଛି । ତେବେ ତାଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି । ବିସିସିଆଇର ପୂର୍ବଗାରିମାକୁ ଫେରାଇ ଆଣିବାକୁ ଗାଙ୍ଗୁଲି ସମର୍ଥ ହେବେ ବୋଲି ଆଶା ରହିଥିବା ଶାସ୍ତ୍ରୀ କହିଛନ୍ତି ।
ତେବେ ଟିମ ଇଣ୍ଡିଆ କୋଚ ଚୟନବେଳେ ଗାଙ୍ଗୁଲି କୋଚ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହୋଇଥିଲା । ଗାଙ୍ଗୁଲି କ୍ରିକେଟ ପ୍ରଶାସନିକ କମିଟିରେ ଥିବା ସମୟରେ ରବି ଶାସ୍ତ୍ରୀଙ୍କ ପ୍ରତି କଠୋର ମନୋଭାବ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏମିତିକି ରବି ଶାସ୍ତ୍ରୀ 2ୟ ଥର ପାଇଁ କୋଚ ହେବା ଜରୁରୀ ନଥିଲା ମଧ୍ୟ ଦାଦା ମତ ଦେଇଥିଲେ । ତେବେ କୋଚ ରବିି ଶାସ୍ତ୍ରୀ ଗାଙ୍ଗୁଲିଙ୍କ ପ୍ରତି ନରମ ମନୋଭାବ ପୋଷଣ କରି ମତ ରଖିଛନ୍ତି ।