ଓଡିଶା

odisha

ETV Bharat / sports

ଭବିଷ୍ୟତ ଯୋଜନା ନେଇ BCCI କୋଚଙ୍କ ଅନଲାଇନ ଆଲୋଚନା - ଜାତୀୟ କ୍ରିକେଟ ଏକାଡେମୀ

ଆଗାମୀ ଦିନର ଯୋଜନା ଓ ପରସ୍ପରଙ୍କ ମତାମତ ନେଇ ବିସିସିଆଇ ହେଡ କୋଚ ରବିଶାସ୍ତ୍ରୀ, ଅନ୍ୟାନ୍ୟ ବିସିସିଆଇ କୋଚଙ୍କର ଏନସିଏ କୋଚଙ୍କ ସହ ଆଲୋଚନା । ଅଧିକ ପଢ଼ନ୍ତୁ...

Ravi Shastri, online interaction of BCCI coaches, discuss future roadmap, BCCI କୋଚଙ୍କ ସହ ରବି ଶାସ୍ତ୍ରୀଙ୍କ ଆଲୋଚନା, ଜାତୀୟ କ୍ରିକେଟ ଏକାଡେମୀ, ରାହୁଲ ଦ୍ରାବିଡ
ଭବିଷ୍ୟତ ଯୋଜନା ନେଇ BCCI କୋଚଙ୍କ ଅନଲାଇନ ଆଲୋଚନା

By

Published : May 1, 2020, 12:38 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୁଖ୍ୟ କୋଚ ରବି ଶାସ୍ତ୍ରୀ ବିସିସିଆଇର ଅନ୍ୟ କୋଚ ( ଇଣ୍ଡିଆ-ଏ ଓ ଜୁନିୟର ଟିମର କୋଚ) ନିଜ ନିଜ ପକ୍ଷ ପାଇଁ ଭବିଷ୍ୟତ ରୋଡମ୍ୟାପ ନେଇ ଅନଲାଇନରେ ଆଲୋଚନା କରିଥିଲେ । ଲକଡାଉନ କାରଣରୁ ସମସ୍ତେ ଘରେ ଥିବା ବେଳେ ନିଜ ଖାଲି ସମୟକୁ ବ୍ୟବହାର କରିଥିଲେ ବିସିସିଆଇର କୋଚ ।

ଜାତୀୟ କ୍ରିକେଟ ଏକାଡେମୀ (NCA)ର ମୁଖ୍ୟ ରାହୁଲ ଦ୍ରାବିଡ ଏହି ଅନଲାଇନ ଆଲୋଚନା ନେଇ ପ୍ରସ୍ତାବ ଦେଇଥିଲେ । ତେବେ ଏହି ଆଲୋଚନାରେ ରବି ଶାସ୍ତ୍ରୀ, ବୋଲିଂ କୋଚ ଭଗତ ଅରୁଣ, ଫିଲ୍ଡିଂ କୋଚ ଆର ଶ୍ରୀଧର ସାମିଲ ହୋଇଥିଲେ ।

ଭବିଷ୍ୟତ ଯୋଜନା ନେଇ BCCI କୋଚଙ୍କ ଅନଲାଇନ ଆଲୋଚନା

‘‘ଏହା କୌଣସି ଅନଲାଇନ କ୍ଲାସ ନଥିଲା । ଏହାକେବଳ କୋଚଙ୍କ ମଧ୍ୟ ଆଲୋଚନା ଥିଲା । ଯେଉଁଥିରେ ସେମାନେ ଆଗାମୀ ଦିନର ଯୋଜନା ଓ ପରସ୍ପରଙ୍କ ମତାମତ ନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ଏହି ଆଲୋଚନା କେବଳ ଗୋଟିଏ ଥର ହୋଇଛି କିନ୍ତୁ ଆଗାମୀ ଦିନରେ ମଧ୍ୟ ଏହା ନିୟମିତ ଭାବରେ ହେବାର ସମ୍ଭାବନା ରହିଛି,’’ ବୋଲି ଏନସିଏର ଜଣେ ଅଧିକାରୀ କହିଛନ୍ତି ।

‘‘ରବି ଶାସ୍ତ୍ରୀ, ଅରୁଣ ଓ ଶ୍ରୀଧରଙ୍କ ପରି ବରିଷ୍ଠ କୋଚ ଯେତେବେଳେ ଆଲୋଚନାରେ ସାମିଲ ହୁଅନ୍ତି, ଆପଣ ସେହି ଆଲୋଚନାରୁ ନିଶ୍ଚିତ ତାଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତାରୁ କିଛି ଶିଖିବାକୁ ପାଆନ୍ତି,’’ ବୋଲି ଅଧିକାରୀ ଜଣକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଲକଡାଉନ ସମୟରେ ଏପରି ଅନଲାଇନ ସେସନ ଆୟୋଜନ କରିବା ସହଜ ହୋଇଛି । କିନ୍ତୁ ଦେଖିବାକୁ ହେବ ଯେ ଯେତେବେଳେ ପରିସ୍ଥିତି ସ୍ବଭାବିକ ହେବ ସମସ୍ତେ ପୁଣି ଥରେ କାର୍ଯ୍ୟରେ ଯୋଗଦେବେ ସେତେବେଳେ ଏହା ହେଇ ପାରିବ କି ନାହିଁ ।’’

ABOUT THE AUTHOR

...view details