ସିଡନୀ: ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଟ୍ରେନିଂ ଆରମ୍ଭ କରିଛି । ତେବେ ଟିମ ସହ ମୁଖ୍ୟକୋଚ ରବି ଶାସ୍ତ୍ରୀ ଗ୍ରାଉଣ୍ଡକୁ ଫେରି ବେଶ୍ ଖୁସି ଥିବା ଟ୍ବିଟ କରି ଜଣାଇଛନ୍ତି ।
ଭ୍ରମଣକାରୀ ଭାରତୀୟ ଦଳ 3ଟି ଦିନିକିଆ ଓ ଟି-20 ସିରିଜ ଖେଳିବ । ଭାରତୀୟ ଦଳ 12ନଭେମ୍ବରରୁ ସିଡନୀରେ ପହଞ୍ଚି କ୍ବାରେଣ୍ଟାଇନରେ ରହିଛି । ଟିମ 14 ନଭେମ୍ବରରୁ ଅଭ୍ୟାସ ଆରମ୍ଭ କରିଛି ।