କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଆସାମ ବିପକ୍ଷ ରଣଜୀ ମ୍ୟାଚରେ ଦୃଢ଼ ସ୍ଥିତିରେ ପହଞ୍ଚିଛି ଓଡିଶା । ପ୍ରଥମ ଦିନରେ 3 ୱିକେଟ ହରାଇ ଓଡିଶା 215 ରନ ସଂଗ୍ରହ କରିନେଇଛି । ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ ଓ ଗୋବିନ୍ଦ ପୋଦ୍ଦାରଙ୍କ ଚିତାକର୍ଶକ ଅର୍ଧଶତକ ବଳରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି ।
ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡିଶା, ପ୍ରଥମ ଦିନ ଖେଳ ଶେଷ ସୁଧା 3 ୱିକେଟ ହରାଇ ସଂଗ୍ରହ କରିଛି 215 ରନ । ଦୁଇ ଓଡିଶା ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ମଧ୍ୟରେ 96 ରନର ପାର୍ଟନରସିପ ହୋଇଥିଲା । ଉଭୟ ଯଥାକ୍ରମେ 66 ଓ 58 ରନ କରିଥିଲେ । ଅନୁରାଗଙ୍କ ୱିକେଟ ପତନ ପରେ ପିଚକୁ ଆସିଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ତେବେ କ୍ୟାପଟେନ ଶୁଭ୍ରାଂଶୁ ଖାତା ଖୋଲିବା ପୂର୍ବରୁ ଦୁର୍ଭାଗ୍ୟଜନକ ଭାବେ ଆଉଟ ହୋଇଥିଲେ । ମାତ୍ର ଭେଟେରାନ ଗୋବିନ୍ଦ ପୋଦ୍ଦାର 54 ଓ ବିପ୍ଳବ ସାମନ୍ତରାୟ 32 ରନ କରି ଅପରାଜିତ ଅଛନ୍ତି ।