କଟକ: ଡ୍ରିମ୍ସ ଗାଉଣ୍ଡରେ ଖେଳାଯାଉଛି ଓଡିଶା-ଜାମ୍ମୁକାଶ୍ମୀର ରଣଜୀ ମ୍ୟାଚ । ପ୍ରଥମେ ଟସ ଜିତି ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଜାମ୍ମୁକାଶ୍ମୀର । ତେବେ ପ୍ରଥମ ଇଂନିସରେ ମାତ୍ର 161 ରନରେ ଅଲଆଉଟ ହୋଇଛି ଓଡିଶା ଦଳ ।
ଓଡିଶା-ଜାମ୍ମୁକାଶ୍ମୀର ରଣଜୀ ଲଢେଇ: ଓଡିଶା 161ରେ ଅଲଆଉଟ - କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ ଲଢେଇ
କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଜାମ୍ମୁକାଶ୍ମୀର ବିପକ୍ଷ ରଣଜୀ ମ୍ୟାଚରେ ଓଡିଶା ପ୍ରଥମ ଇଂନିସରେ ମାତ୍ର 161 ରନରେ ଅଲଆଉଟ ହୋଇଛି । ଅଧିକ ପଢନ୍ତୁ...
![ଓଡିଶା-ଜାମ୍ମୁକାଶ୍ମୀର ରଣଜୀ ଲଢେଇ: ଓଡିଶା 161ରେ ଅଲଆଉଟ ODI Vs J&K](https://etvbharatimages.akamaized.net/etvbharat/prod-images/768-512-5760761-thumbnail-3x2-wc.jpeg)
ଓଡିଶା-ଜାମ୍ମୁକାଶ୍ମୀର ରଣଜୀ ଲଢେଇ
ଦଳ ପକ୍ଷରୁ ସର୍ବାଧିକ 42 ରନର ଇଂନିସ ଖେଳିଛନ୍ତି କ୍ୟାପଟେନ ଶୁଭ୍ରାଂଶୁ ସେନାପତି । ଓପନର ଅନୁରାଗ ଷଡଙ୍ଗୀ 33 ଓ ସାନ୍ତନୁ ମିଶ୍ର 21 ରନ କରି ଆଉଟ ହୋଇଥିଲେ। ଜାମ୍ମୁକାଶ୍ମୀର ବୋଲରଙ୍କ ପ୍ରଭାବି ପ୍ରଦର୍ଶନ ଦେଖବାକୁ ମିଳିଛି । ଦଳ ପକ୍ଷରୁ ଘାତକ ବୋଲିଂ ସହ ଆକିବ ନବି ସର୍ବାଧିକ 5 ୱିକେଟ ଅକ୍ତିଆର କରିଛନ୍ତି । କ୍ୟାପଟେନ ପରଭେଜ ରସୁଲ 2ଟି ଓ ଉମର ନାଜିର 2ଟି ୱିକେଟ ହାସଲ କରିଛନ୍ତି ।