ଓଡିଶା

odisha

ETV Bharat / sports

ରଣଜୀ ଟ୍ରଫି ସେମିଫାଇନାଲ: ବେଙ୍ଗଲକୁ ଘାରିଛି ରାହୁଲ ଭୟ! - କର୍ଣ୍ଣାଟକ-ବେଙ୍ଗଲ ରଣଜୀଟ୍ରଫି ସେମିଫାଇନାଲ

ଇଡେନ ଗାର୍ଡେନରେ ଖେଳାଯିବ ହାଇଭୋଲଟେଜ କର୍ଣ୍ଣାଟକ-ବେଙ୍ଗଲ ରଣଜୀଟ୍ରଫି ସେମିଫାଇନାଲ ମୁକାବିଲା । ତେବେ ଏହି ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

Ranji Trophy semis
ରଣଜୀ ଟ୍ରଫି ସେମିଫାଇନାଲ

By

Published : Feb 28, 2020, 5:37 AM IST

କୋଲକାତା: ଇଡେନ ଗାର୍ଡେନରେ ଖେଳାଯିବ ହାଇଭୋଲଟେଜ କର୍ଣ୍ଣାଟକ-ବେଙ୍ଗଲ ରଣଜୀଟ୍ରଫି ସେମିଫାଇନାଲ ମୁକାବିଲା । ତେବେ ଏହି ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। କର୍ଣ୍ଣାଟକ ସେମି ଲଢେଇରେ ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ କରିଛି । ଫଳରେ ବେଙ୍ଗଲ ପାଇଁ ମୁସ୍କିଲ ବଢିଯାଇଛି ।

ଟିମ ଇଣ୍ଡିଆର ଏହି ଷ୍ଟାର ବ୍ୟାଟ୍ସମ୍ୟାନ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଫଳରେ ହରୁଲଙ୍କୁ ନେଇ ବେଙ୍ଗଲ ଶିବିରରେ ଭୟର ସଙ୍କେତ ଦେଖିବାକୁ ମିଳିଛି। ବେଙ୍ଗଲର କୋଚ ଅରୁଣ ଲାଲ ରାହୁଲଙ୍କୁ ନେଇ ଦେଇଛନ୍ତି ବଡ ବୟାନ । ଅରୁଣ ଲାଲ କହିଛନ୍ତି ରାହୁଲ ଅନ୍ୟକିଛି ନୁହଁନ୍ତି । ଅନ୍ୟ କ୍ରିକେଟରଙ୍କ ଭଳି ଜଣେ କ୍ରିକେଟର । ତାଙ୍କ ବିଷୟରେ ଅଧିକ ନ ଚିନ୍ତା କରିବାକୁ ବେଙ୍ଗଲ ଟିମକତୁ କହିଛନ୍ତି କୋତ ଅରୁଣ ଲାଲ ।

ମ୍ୟାଚ ପୂର୍ବରୁ ପ୍ରତିପକ୍ଷ ଟିମର କୋଚଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମନିଷ ପାଣ୍ଡେଙ୍କ ଟିମ ପୂର୍ବରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ମଧ୍ୟ ଜିତିନେଇ ଶକ୍ତିଶାଳୀର ପ୍ରମାଣ ଦେଇ ସାରିଛି । ତେବେ ଇଡେନ ଗାର୍ଡେନରେ ଏହି ମ୍ୟାଚ ଉଭୟ ଟିମ ମଧ୍ୟରେ ଏକ ରୋମାଞ୍ଚଭରା ମୁକାବିଲା ହେବାନେଇ ଆଶା କରାଯାଉଛି ।

ABOUT THE AUTHOR

...view details