ଓଡିଶା

odisha

ETV Bharat / sports

ରଣଜୀ ଟ୍ରଫି: ସେମି ମୁକାବିଲା ପାଇଁ କର୍ଣ୍ଣାଟକ ଦଳରେ ରାହୁଲ

ବେଙ୍ଗଲ ବିପକ୍ଷ ସେମିଫାଇନାଲ ମୁକାବିଲାରେ କର୍ଣ୍ଣାଟକ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ସାମିଲ କରିଛି ।

By

Published : Feb 25, 2020, 7:45 AM IST

Ranji Trophy
ଲୋକେଶ ରାହୁଲ

ହାଇଦ୍ରାବାଦ: ରଣଜୀ ଟ୍ରଫି 2020 ସିଜିନର ସେମିଫାଇନାଲ ଚିତ୍ର ସ୍ପଷ୍ଟ ହୋଇଛି। କର୍ଣ୍ଣାଟକ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ବେଙ୍ଗଲ ।

ତେବେ ବେଙ୍ଗଲ ବିପକ୍ଷ ସେମିଫାଇନାଲ ମୁକାବିଲାରେ କର୍ଣ୍ଣାଟକ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ସାମିଲ କରିଛି । ରାହୁଲ ଦମଦାର ଫର୍ମରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଭାରତ ଫେରିଛନ୍ତି । ଅନ୍ୟତମ ଖେଳାଳି ପବନ ଦେଶପାଣ୍ଡେଙ୍କ ସ୍ଥାନ ନେଇଛନ୍ତି ରାହୁଲ ।

ଲୋକେଶ ରାହୁଲ ଟିମ ଇଣ୍ଡିଆ ପକ୍ଷରୁ ଖେଳିଥିବା ଶେଷ 8ଟି ଦିନିକିଆରେ 75 ହାରରେ ରନ ସଂଗ୍ରହ କରିଛନ୍ତି । ରଣଜୀ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଷ୍ଟାର ବ୍ୟାଟ୍ସମ୍ୟାନ ରାହୁଲଙ୍କ ସାମିଲ ପରେ, ଦଳର ବ୍ୟାଟିଂ ଲାଇନଅପକୁ ଅଧିକ ଶକ୍ତିଶାଳୀ କରିଛି କର୍ଣ୍ଣାଟକ।

ABOUT THE AUTHOR

...view details