ଓଡିଶା

odisha

ETV Bharat / sports

ରଣଜୀ ଟ୍ରଫି: ଦ୍ୱିତୀୟ ଦିନରେ ହରିୟାଣାର ପଲ୍ଲା ଭାରି

2ୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶାଠୁ 148 ରନ ଆଗରେ ରହିଛି ଘରୋଇ ହରିଆଣା । ଶୁଭମ ରୋହିଲିଆ (48ରନ୍‌), ଅଙ୍କିତ କୁମାର (46ରନ୍‌) ଓ ହିମାଂଶୁ ରାଣାଙ୍କ 40 ରନ୍‌ ଜରିଆରେ ଓଡିଶା ବିପକ୍ଷରେ ଏକ ବଡ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଯାଉଛି ହରିୟାଣା।

ରଣଜୀ ଟ୍ରଫି
ରଣଜୀ ଟ୍ରଫି

By

Published : Jan 12, 2020, 10:35 PM IST

କଟକ: ରଣଜୀ ଟ୍ରଫିରେ ଓଡିଶା ବିପକ୍ଷରେ ହରିୟାଣାର ପଲ୍ଲା ଭାରି। 2ୟ ଦିନ ଶେଷ ସୁଦ୍ଧା ଓଡିଶାଠୁ 148 ରନରେ ଅଗ୍ରଣୀ ଲାଭ କରିଛି ହରିଆଣା। ଶୁଭମ ରୋହିଲିଆ (48ରନ୍‌), ଅଙ୍କିତ କୁମାର (46ରନ୍‌) ଓ ହିମାଂଶୁ ରାଣାଙ୍କ 40 ରନ୍‌ ଜରିଆରେ ଓଡିଶା ବିପକ୍ଷରେ ଏକ ବଡ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଯାଉଛି ହରିୟାଣା।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡିଶା 5 ୱିକେଟ ହରାଇ ସଂଗ୍ରହ କରିଥିଲା 141 ରନ। 2ୟ ଦିନ ଖେଳ ଆରମ୍ଭରୁ ହିଁ ସଙ୍କଟରେ ପଡିଥିଲା ଓଡିଶା। ମାତ୍ର 19 ରନ୍‌ରେ ସମସ୍ତ ୱିକେଟ ହରାଇ 160 ରନ କରିଥିଲା ଓଡିଶା । ଦଳ ପକ୍ଷରୁ ବିପ୍ଳବ ସାମନ୍ତରାୟ ସର୍ବାଧିକ 52 ରନ କରିଥିବାବେଳେ ଆଉ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ଖେଳ ପଦର୍ଶନ କରି ପାରି ନଥିଲେ। ହରିଆଣା ପକ୍ଷରୁ ଟିନୁ କୁଣ୍ଡୁ ସର୍ବାଧିକ 5ଟି ଓ ହର୍ଷଲ ପଟେଲ 3ଟି ୱିକେଟ ଅକ୍ତିଆର କରିଛନ୍ତି।

ଟ୍ରାଏଲ ରନକୁ ପିଛା କରି 2ୟ ଦିନ ଖେଳ ଶେଷ ସୁଦ୍ଧା 5 ୱିକେଟ ହରାଇ 218 ରନ ସଂଗ୍ରହ କରିଛି ହରିୟାଣା। 2ୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶାଠୁ 148 ରନ ଆଗରେ ରହିଛି ହରିୟାଣା। ଦଳ ପକ୍ଷରୁ ପ୍ରମୋଦ ଚନ୍ଦେଲା ଓ ହର୍ଷଲ ପଟେଲ ଯଥାକ୍ରମେ 24 ଓ 25 ରନ କରି କ୍ରିଜରେ ଅଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details