ହାଇଦ୍ରାବାଦ: ପ୍ରଥମ ଟିମ ଭାବେ 2019-20 ରଣଜୀ ଟ୍ରଫି ସେମିଫାଇନାଲରେ ପ୍ରବେଶ କରିଛି ଗୁଜୁରାଟ । କ୍ବାର୍ଟରଫାଇନାଲ ମୁକାବିଲାରେ ଗୋଆକୁ ହରାଇ ସେମି ଟିକେଟ ହାତେଇଛି ଗୁଜୁରାଟ । ଗୋଆ ବିପକ୍ଷରେ 464 ରନର ବଡ ବିଜୟ ହାସଲ କରିଛି ପାର୍ଥୀବ ପଟେଲଙ୍କ ନେତୃତ୍ବାଧିନ ଗୁଜୁରାଟ।
ରଣଜୀ ଟ୍ରଫି: ସେମିରେ ଗୁଜୁରାଟ, ନିକଟତର ସୌରାଷ୍ଟ୍ର - Gujarat thrash Goa Gujarat
ପ୍ରଥମ ଟିମ ଭାବେ 2019-20 ରଣଜୀ ଟ୍ରଫି ସେମିଫାଇନାଲରେ ପ୍ରବେଶ କରିଛି ଗୁଜୁରାଟ । କ୍ବାର୍ଟରଫାଇନାଲ ମୁକାବିଲାରେ ଗୋଆକୁ ହରାଇ ସେମି ଟିକେଟ ହାତେଇଛି ଗୁଜୁରାଟ।
![ରଣଜୀ ଟ୍ରଫି: ସେମିରେ ଗୁଜୁରାଟ, ନିକଟତର ସୌରାଷ୍ଟ୍ର Ranji Trophy](https://etvbharatimages.akamaized.net/etvbharat/prod-images/768-512-6180418-thumbnail-3x2-wc.jpeg)
ଗୋଆ ସାମ୍ନାରେ 629 ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରଖିଥିଲା ଗୁଜୁରାଟ ଦଳ। ବ୍ୟାଟ୍ସମ୍ୟାନଙ୍କ କମାଲ ପରେ ଗୁଜୁରାଟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ମାତ୍ର 13 ରନରେ ଗୋଆର 3ଟି ଟପ ଅର୍ଡର ୱିକେଟ ଅକ୍ତିଆର କରିଥିଲେ ଗୁଜୁରାଟ ବୋଲର । ତେବେ ଗୋଆ ପକ୍ଷରୁ ଭାର୍ଗବ ମେରାଇ 50 ଓ ସମିତ ଗୋହିଲ 72 ରନର ଇଂନିସ ଖେଳି କିଛି ସୟମ ଲଢେଇ କରିଥିଲେ । ମାତ୍ର ସିଦ୍ଧାର୍ଥ ଦେଶାଇ 5ଟି ଓ ଅର୍ଜାନ ନାଗୱାଲ୍ଲା 4ଟି ୱିକେଟ ହାସଲ କରି ଗୋଆ ଇଂନିସକୁ ମାତ୍ର 164 ରନରେ ଅଟକାଇଥିଲେ । ଫଳରେ ଗୋଟିଏ ଦିନ ପୂର୍ବରୁ 464 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ଗୁଜୁରାଟ ।
ଅନ୍ୟପଟେ ସୌରାଷ୍ଟ୍ର ମଧ୍ୟ ସେମିଫାଇନାଲରର ନିକଟତର ହୋଇଛି । ସିଏସଆର ଶର୍ମା ଗ୍ରାଉଣ୍ଡରେ ଆନ୍ଧ୍ର ବିପକ୍ଷ ମ୍ୟାଚରେ ବିଜୟ ଦ୍ବାରଦେଶରେ ରହିଛି ସୌରାଷ୍ଟ୍ର । ଅନ୍ୟପଟେ କର୍ଣ୍ଣାଟକ, ବେଙ୍ଗଲ ମଧ୍ୟ ସେମିଫାଇନାଲ ପ୍ରବେଶର ନିକଟତର ହୋଇଛନ୍ତି।