ଓଡିଶା

odisha

ETV Bharat / sports

ରଣଜୀ ଫାଇନାଲ: ସୌରାଷ୍ଟ୍ରର ଦବଦବା ଜାରି, 291 ରନ ପଛରେ ବେଙ୍ଗଲ - Bengal vs Saurashtra

ବୁଧବାର ଷ୍ଟମ୍ପ ଅପସାରଣ ବେଳକୁ ସୌରାଷ୍ଟ୍ରର ପ୍ରଥମ ପାଳି ଅଧାରରେ 291ରନ ପଛରେ ରହିଛି ବେଙ୍ଗଲ ଦଳ । ପ୍ରଥମ ଇନିଂସରେ ସୌରାଷ୍ଟ୍ରକୁ 425 ରନ୍ କରିଥିବା ବେଳେ ବେଙ୍ଗଲ ଦଳ ତାର ପ୍ରଥମ ପାଳରେ 134/3ରେ 3ୟ ଦିନ ଖେଳ ଶେଷ କରିଛି । ଅଧିକ ପଢନ୍ତୁ...

ranji-trophy-final-bengal-trail-saurashtra-by-291-runs-at-stumps-on-day-3
ରଣଜୀ ଫାଇନାଲ, 3ୟ ଦିନ: ସୌରାଷ୍ଟ୍ର ଦବଦବା ଜାରି, 291ରନ ପଛରେ ବେଙ୍ଗଲ

By

Published : Mar 11, 2020, 8:21 PM IST

ରାଜକୋଟ: ଏଠାରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ବୁଧବାର ଥିଲା 3ୟ ଦିନ । 3ୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ସୌରାଷ୍ଟ୍ରର ପ୍ରଥମ ପାଳି ଅଧାରରେ 291ରନ ପଛରେ ରହିଛି ବେଙ୍ଗଲ ଦଳ । ପ୍ରଥମ ଇନିଂସରେ ସୌରାଷ୍ଟ୍ରକୁ 425 ରନ୍ କରିବା ବେଳେ ବେଙ୍ଗଲ ଦଳ ତାର ପ୍ରଥମ ପାଳରେ 134/3 ରେ 3ୟ ଦିନ ଖେଳ ଶେଷ କରିଛି ।

ରଣଜୀ ଫାଇନାଲ, 3ୟ ଦିନ

ପ୍ରଥମ ୱିକେଟ୍ ପାଇଁ 35 ରନ୍ ସଂଗ୍ରହ କରିଥିବା ବେଙ୍ଗଲ ଓପନର ସୁଦୀପ କୁମାର ଗରାମି (26) ଏବଂ ଅଭିମନ୍ୟୁ ଇସରୱାନ୍ (9) ଦଳକୁ ସ୍ଥିର ଆରମ୍ଭ ଦେବାକୁ ସକ୍ଷମ ହୋଇଥିଲେ । ମାତ୍ର ଘରୋଇ ଦଳ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ପାଭିଲିୟନ ପଠାଇବାରେ ସଫଳ ହୋଇଥିଲା । ଏହା ପରେ ଦଳର ଅଭିଜ୍ଞ ମନୋଜ ତିୱାରୀ ଏବଂ ସୁଦୀପ ଚାଟାର୍ଜୀ 3ୟ ୱିକେଟ୍ ପାଇଁ 89 ରନ୍ ସଂଗ୍ରହ କରିଥିଲେ । ମାତ୍ର ସୌରାଷ୍ଟ୍ର ଚିରାଗ ଜାନି 53ତମ ଓଭରରେ ତିୱାରୀ (35)ଙ୍କୁ ପାଭିଲିୟନକୁ ପଠାଇଥିଲେ। । ତେବେ 3ୟ ଦିନର ଖେଳ ଶେଷ ସୁଦ୍ଧା ସୁଦୀପ ଚାଟାର୍ଜୀ ଏବଂ ରିଦ୍ଧିମାନ ଶାହା ଯଥାକ୍ରମେ 35 ଏବଂ 4ରନ କରି କ୍ରିଜରେ ଅପରାଜିତ ଅଛନ୍ତି ।

ତେବେ 384/8 ସ୍କୋର ସହ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଘରୋଇ ସୌରାଷ୍ଟ୍ର । ମାତ୍ର ଦିନ ଆରମ୍ଭରେ ସୌରାଷ୍ଟ୍ର ତାର 9ମ ୱିକେଟ୍ ହରାଇଲା । ଚିରାଗ ଜାନି(14)ଙ୍କୁ 161 ତମ ଓଭରରେ ଆକାଶ ଦୀପ ପାଭିଲିୟନକୁ ପଠାଯାଇଥିଲା । ଶେଷରେ ବ୍ୟାଟିଂ କରିବାକୁ ଆସିଥିବା ଜୟଦେବ ଉନାଦକଟ ଧର୍ମେନ୍ଦ୍ରସିନ୍ ଜାଡେଜାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ 38 ରନ୍ ପାଳି ଖେଳିଥିଲେ । ଶାହବାଜ ଅହମ୍ମଦ 171 ତମ ଓଭରରେ ଉନାଦକାଟ (20)କୁ ଆଉଟ କରିବା ପରେ 425 ରନରେ ସୌରାଷ୍ଟ୍ରର ପ୍ରଥମ ପାଳି ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details