ଓଡିଶା

odisha

ETV Bharat / sports

ରଣଜୀ କ୍ବାର୍ଟର: ସେମି ପାଇଁ ଓଡିଶା ଆଗରେ 456 ରନର ବିଜୟ ଲକ୍ଷ୍ୟ

ମ୍ୟାଚର ଶେଷ ଦିନରେ ଓଡିଶା ସାମ୍ନାରେ 456ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ବେଙ୍ଗଲ ।

ranji-trophy-bengal-vs-odisha-2nd-quarter-final
ରଣଜୀ କ୍ବାର୍ଟର: ସେମି ରାସ୍ତା ପାଇଁ ଓଡିଶା ଆଗରେ 456ରନର ବିଜୟ ଲକ୍ଷ୍ୟ

By

Published : Feb 24, 2020, 10:29 AM IST

କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଓଡିଶା ବନାମ ବେଙ୍ଗଲ ରଣଜୀ କ୍ବାର୍ଟର ଫାଇନାଲରେ ଘରୋଇ ଓଡିଶାର ସେମି ରାସ୍ତା କ୍ଷୀଣ ହୋଇଛି । ଘରୋଇ ପରିବେଶ ସତ୍ତ୍ବେ ମଧ୍ୟ ଦଳ ଦୁର୍ବଳ ବ୍ୟାଟିଂ ଓ ବୋଲିଂ ପାଇଁ ଫାଇଦାରେ ରହିଛି ବିପକ୍ଷ ବେଙ୍ଗଲ ଦଳ । ତେବେ ମ୍ୟାଚର ଶେଷ ଦିନରେ ଓଡିଶା ସାମ୍ନାରେ 456ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ବେଙ୍ଗଲ ।

ରଣଜୀ କ୍ବାର୍ଟର: ସେମି ରାସ୍ତା ପାଇଁ ଓଡିଶା ଆଗରେ 456ରନର ବିଜୟ ଲକ୍ଷ୍ୟ

ତେବେ ପ୍ରଥମ ଇଂନିସ ଆଧାରରେ ଅଗ୍ରଣୀ ଥିବା ବିପକ୍ଷ ବେଙ୍ଗଲ 2ୟ ତାର 2ୟ ପାଳିରେ 373ରନ କରିଛି । ଫଳରେ ଘରୋଇ ଓଡିଶା ସାମ୍ନାରେ ଏହି ବିଶାଳ ବିଜୟ ଲକ୍ଷ୍ୟ ଠିଆ ହୋଇଛି । ବେଙ୍ଗଲ ପକ୍ଷରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଶ୍ରୀବାସ୍ତବ ଗୋସ୍ବାମୀ ସର୍ବାଧିକ 78ରନ କରିଥିବା ବେଳେ ଅନ ଖେଳାଳି ଯଥା ଅଭିଷେକ ରମଣ(67), ଶାହାବାଜ୍‌ ଅହମେଦ୍‌(64) ଓ ଅର୍ଣ୍ଣବ କୁମାର(45)ରନ କରିଛନ୍ତି । ତେବେ 2ୟ ପାଳିରେ 26 ଅତିରିକ୍ତ ରନ ବ୍ୟୟ କରିଛି ଓଡିଶା ।

ତେବେ ଦଳ ପକ୍ଷରୁ 2ୟ ପାଳି ବୋଲିଂରେ ଗୋବିନ୍ଧ ପୋଧାର 95ରନ ବେୟରେ ସର୍ବାଧିକ 3ଟି ୱିକେଟ ନେଇଛନ୍ତି ।

ABOUT THE AUTHOR

...view details