ରାଜକୋଟ: ଜୟଦେବ ଉନଦାକଟଙ୍କ ନେତୃତ୍ବାଧୀନ ସୌରାଷ୍ଟ୍ର ଶୁକ୍ରବାର ତାର ପ୍ରଥମ ରଣଜୀ ଟାଇଟଲ ଜିତିଛି । ରଣଜୀ ଫାଇନାଲର 5ମ ଦିନରେ ପ୍ରଥମ ଇନିଂସରେ 44ରନ ଅଗ୍ରଣୀ ଆଧାରରେ ବିଜୟୀ ହୋଇଛି ଘରୋଇ ସୌରାଷ୍ଟ୍ର । ଶେଷ ଦିନରେ ବିପକ୍ଷ ବେଙ୍ଗଲ ଦଳ ଅଲଆଉଟ ହେବା ପରେ ମ୍ୟାଚ ଡ୍ର ରହିଥିଲା । ମାତ୍ର ନିଜର ପ୍ରଥମ ଇଂନିସ ଅଗ୍ରଣୀ ଆଧାରରେ ସୌରାଷ୍ଟ୍ର ବିଜୟୀ ହୋଇଛି ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ତାର ପ୍ରଥମ ଇଂନିସରେ 425ରନ କରିଥିଲା । ଯାହାର ଜବାବରେ ଭ୍ରମଣକାରୀ ବେଙ୍ଗଲ ଟିମ୍ 5ମ ଦିନରେ 381 ରନରେ ତାର ସମସ୍ତ ୱିକେଟ ହାରାଇଥିଲା । ବାକି ଦିନର ଖେଳରେ 105ରନ କରି 4 ୱିକେଟ ହରାଇଥିଲା ସୌରାଷ୍ଟ୍ର । ତେବେ ଶେଷ ଦିନରେ 70 ଓଭର ବାକି ଥିବା ବେଳେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତ୍ତି କ୍ରମେ ମ୍ୟାଚକୁ ଡ୍ର କରାଯାଇଥିଲା । ଫଳରେ ରଣଜୀ ଟ୍ରଫିର ନିୟମ ଅନୁସାରେ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଘରୋଇ ସୌରାଷ୍ଟ୍ର ଦଳକୁ ବିଜେତା ଘୋଷଣା କରାଗଲା । ତେବେ ପ୍ରଥମ ପାଳିରେ ସୌରାଷ୍ଟ୍ର ପାଇଁ ଶତକ ଯୋଡିଥିବା ଅର୍ପିତ ଭାସଭଡାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।
2ୟ ଇନିଂସରେ ସୌରାଷ୍ଟ୍ର ପକ୍ଷରୁ ୱିକେଟକିପର ବ୍ୟାଟ୍ସମ୍ୟାନ ଅଭି ବାରୋତ୍ ସର୍ବାଧିକ 39ରନ କରିଥିବା ବେଳେ, ହାର୍ଭିକ ଦେଶାଇ(21), ବିଶ୍ୱରାଜ ଜାଡେଜା(17), ଅର୍ପିତ ଭାସବାଡା(3) ରନ୍ କରି ଆଉଟ୍ ହୋଇଥିବା ବେଳେ ଶେଲଡନ୍ ଜ୍ୟାକସନ୍(12) ରନ୍ କରି ଅପରାଜିତ ଥିଲେ ।