ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫିରେ ପ୍ରଥମ ମ୍ୟାଚରେ ବୃହତ ବିଜୟ ପରେ 2ୟ ମ୍ୟାଚ ଖେଳୁଛି ଟିମ ଓଡିଶା । ସର୍ଭିସେସ ବିପକ୍ଷରେ ଏହି ମ୍ୟାଚ ପାଇଁ ଘରୋଇ ଟାଙ୍ଗୀ ଡ୍ରିମ୍ସ ପଡିଆକୁ ଓହ୍ଲାଇଛି ଓଡିଶା ଦଳ । ପ୍ରଥମ ମ୍ୟାଚରେ ବିପକ୍ଷ ଛତିଶଗଡକୁ ତାର ଘରୋଇ ଗ୍ରାଉଣ୍ଡରେ ଗୋଟିଏ ଇଂନିସ ଓ 33ରନରେ ମାତ ଦେଇଥିଲା ।
ରଣଜୀ ଟ୍ରଫିରେ ଓଡିଶାର 2ୟ ଅଭିଯାନ ଆରମ୍ଭ - ଟିମ ଓଡିଶା
ସର୍ଭିସେସ ବିପକ୍ଷରେ ଏହି ମ୍ୟାଚ ପାଇଁ ଘରୋଇ ଟାଙ୍ଗୀ ଡ୍ରିମ୍ସ ପଡିଆକୁ ଓହ୍ଲାଇଛି ଓଡିଶା ଦଳ ।
![ରଣଜୀ ଟ୍ରଫିରେ ଓଡିଶାର 2ୟ ଅଭିଯାନ ଆରମ୍ଭ Ranji Trophy 2019-20: Odisha vs Services, Round 2](https://etvbharatimages.akamaized.net/etvbharat/prod-images/768-512-5397442-thumbnail-3x2-rr.jpg)
ରଣଜୀ ଟ୍ରଫିରେ ଓଡିଶାର 2ୟ ଅଭିଯାନ ଆରମ୍ଭ
ତେବେ ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଘରୋଇ ଦଳ । ଲଞ୍ଚ ବ୍ରେକ ପୂର୍ବରୁ ବିପକ୍ଷ ସର୍ଭିସେସ 4 ୱିକେଟ ହରାଇ 145ରନ କରିଛି । ଘରୋଇ ଦଳ ପକ୍ଷରୁ ବସନ୍ତ ମହାନ୍ତି 2ଟି, ରାଜେସ ମହାନ୍ତି ଓ ସୁର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବ ମ୍ୟାଚରେ ସନ୍ଦିପ ପଟ୍ଟନାୟକଙ୍କ ଆହତ ସତ୍ତ୍ବେ ଟିମ ଓଡିଶାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।