ମୁମ୍ବାଇ: ଅଭ୍ୟାସକୁ ଫେରିଲେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ(KKR) ନୀତିଶ ରାଣା । କୋରୋନା ଭାଇରସରୁ ସୁସ୍ଥ ହେବାପରେ ରାଣା ଟିମ ସହ ସାମିଲ ହୋଇଛନ୍ତି ।
ମାର୍ଚ୍ଚ 22ରେ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ତାଙ୍କର କ୍ବାରେଣ୍ଟିନ ଅବଧି ବୃଦ୍ଧି ହୋଇଥିଲା । ମୁମ୍ବାଇରେ ପହଞ୍ଚିବାର ଦିନକ ପରେ କୋରୋନା ରିପୋର୍ଟ ଆସିଥିଲା ।
ବିସିସିଆଇର ଗାଇଡଲାଇନ ଅନୁଯାୟୀ, ନେଗେଟିଭ ରିପୋର୍ଟକୁ ନଫେରିବା ପର୍ଯ୍ୟନ୍ତ କ୍ବାରେଣ୍ଟିନରେ ରହିବାକୁ ହେବ । ଏହି କ୍ରମରେ ରାଣା 11ତମ ଓ 1ତମ କ୍ବାରେଣ୍ଟିନ ଦିବସରେ ନେଗେଟିଭକୁ ଫେରିଥିଲେ ।