ଦୁବାଇ: ଆଇପିଏଲର 30ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ୍ । ଦୁବାଇ ଗ୍ରାଉଣ୍ଡରେ ଦିଲ୍ଲୀ ରାଜସ୍ଥାନ ରୟାଲ୍ସକୁ 13ରନ୍ରେ ମାତ୍ ଦେଇ 12ପଏଣ୍ଟ ସହ ଶୀର୍ଷରେ ରହିଛି । ତେବେ ଅନରିଚ ନର୍ଟେଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି ।
ବୁଧବାର ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଧଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ପାଳି ବଳରେ 20 ଓଭରରେ ଟିମ 7 ଓ୍ବିକେଟ ବିନିମୟରେ 161ରନ ସଂଗ୍ରହ କରିଥିଲେ । ଦଳର ଅନ୍ୟ ଖେଳାଳି ରାହାଣେ 2ରନ୍, ଆଲେକ୍ସ କ୍ୟାରୀ 14ରନ୍, ଅକ୍ସର 7ରନ୍ ସଂଗ୍ରହ କରିଥିଲେ ।
ତେବେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର 3ଟି,ଜୟଦେବ 2ଟି ଓ ଶ୍ରେୟାସ ଗୋପାଲ ଓ କାର୍ତ୍ତିକ ତ୍ୟାଗି ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।
ତେବେ ରାଜସ୍ଥାନ ରୟାଲ୍ସ 162ରନ୍ର ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ 8ଓ୍ବିକେଟ ହରାଇ ମାତ୍ର 148ରନ୍ ସଂଗ୍ରହ କରିଥିଲା । ଫଳରେ ଏହି ଲିଗ୍ରେ ରାଜସ୍ଥାନ 5ମ ପରାଜୟର ସାମ୍ନା କରିଛି । ଦିଲ୍ଲୀ ବିପକ୍ଷରେ ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ 41ରନ୍ କରିଥିଲେ । ସେହିପରି ରବିନ ଉତ୍ଥପା 32, ବଟଲର 22, ସଞ୍ଜୁ ସାମସନ 25, ସ୍ମିଥ 1, ରିୟାନ ପରାଗ 1, ରାହୁଲ ତେୱାତିଆ 14ରନ୍, ଆର୍ଚର 1 ଓ ଶ୍ରେୟାସ ଆୟର 6ରନ୍ ସଂଗ୍ରହ କରିଥିଲେ ।
ଦିଲ୍ଲୀ ପକ୍ଷରୁ ରାବାଡା ଗୋଟିଏ, ତୁଷାର 2, ଅନରିଚ ନର୍ଟେଜ, ଅଶ୍ବିନ 1 ଓ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ହାତେଇ ଥିଲେ ।