ହାଇଦ୍ରାବାଦ: 2021 ଆଇପିଏଲ ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଲାଗିପାରେ ବଡ ଝଡକା । 2021 ଆଇପିଏଲ ସଂସ୍କରଣର ନିଲାମ ପ୍ରକ୍ରିୟା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଜାଇଜ ଷ୍ଟିଭଙ୍କୁ ମୁକ୍ତ କରିପାରେ । ତେବେ ଏନେଇ ଔପଚାରିକ ଭାବେ ଚୂଡାନ୍ତ ଘୋଷଣା ଖୁବଶୀଘ୍ର ରୟାଲ୍ସ ଫ୍ରାଞ୍ଚାଇଜ ପକ୍ଷରୁ ହେବାର ସମ୍ଭାବନା ରହିଛି ।
କେଉଁ ଖେଳାଳିଙ୍କୁ ଅନୁବନ୍ଧିତ ରଖିବା ସେ ନେଇ ଚୂଡାନ୍ତ ତାଲିକା ପ୍ରଦାନ କରିବାକୁ ଆଇପିଏଲ ପରିଚାଳନା ବୋର୍ଡ ପକ୍ଷରୁ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଛି । ଜାନୁଆରୀ 20 ଏଥିପାଇଁ ଶେଷତାରିଖ ରହିଛି ।