ଧର୍ମଶାଳା: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ ହୋଇଛି । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ହେବାକୁ ଥିବା ବେଳେ ମ୍ୟାଚ ଆରମ୍ଭରୁ ବର୍ଷା ଯୋଗୁଁ ଟସ ମଧ୍ୟ ପଡିପାରିନଥିଲା । ଏପରିକି ଅନେକ ସ୍ଥାନରେ ବର୍ଷାଜଳ ଜମି ରହିଥିଲା । ଅମ୍ପାୟାର ମାନେ ଫିଲ୍ଡ ପରିଦର୍ଶନ କରିବା ପରେ ଖେଳ ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ଏହାପରେ ମ୍ୟାଚ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏହି ଷ୍ଟାଡିୟମରେ ଛଅ ମାସ ମଧ୍ୟରେ ବର୍ଷା କାରଣରୁ ଦୁଇଥର ମ୍ୟାଚ ବାତିଲ ହୋଇଥିବା ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବରରେ ମଧ୍ୟ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ ବାତିଲ ହୋଇଥିଲା ।