ଓଡିଶା

odisha

ଚର୍ଚ୍ଚାରେ ଜୁନିୟର ଦ୍ରାବିଡଙ୍କ ଦ୍ବିଶତକ

By

Published : Dec 20, 2019, 10:22 PM IST

ଚର୍ଚ୍ଚାରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ସୁପୁତ୍ର ସମିତ ଦ୍ରାବିଡ । ଅଧିକ ପଢନ୍ତୁ...

Samit hits double hundred
ଜୁନିୟର ଦ୍ରାବିଡଙ୍କ ଦ୍ବିଶତକ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ସୁପୁତ୍ର ସମିତ ଦ୍ରାବିଡ । ସମିତଙ୍କ ଭିତରେ ପିତାଙ୍କ ଝଲକ ଦେଖିବାକୁ ମିଳିଛି । ବଡ ଓ ଲମ୍ବା ଇଂନିସ ଖେଳିବାରେ ମାହିର ଥିଲେ ଦ୍ରାବିଡ ।

14 ବର୍ଷରୁ କମ ଏକା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନିଜ ବ୍ୟାଟିଂ କଳାର ଝଲକ ଦେଖାଇଛନ୍ତି ସମିତ । 256 ବଲରୁ 22 ଚୌକା ସହ 201ରନର ଚମତ୍କାର ଇଂନିସ ଖେଳିଛନ୍ତି ସମିତ । ଏଥିସହିତ 2ୟ ଇଂନିସରେ ମଧ୍ୟ ଅପରାଜିତ 94 ରନର ଇଂନିସ ଖେଳିଛନ୍ତି । ଫଳରେ ମ୍ୟାଚ ଟି ଡ୍ରରେ ଶେଷ ହୋଇଛି ।

ଏହାପରେ ରାହୁଲ ଦ୍ରାବିଡଙ୍କ ବ୍ୟାଟିଂ କଳା ପୁତ୍ର ସମିତଙ୍କ ମଧ୍ୟର ଥିବାର ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details