ଓଡିଶା

odisha

ETV Bharat / sports

ଦ୍ବେତ ସ୍ବାର୍ଥ ମାମଲାରେ ଦ୍ରାବିଡ଼ଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ - ଦ୍ବେତ ସ୍ବାର୍ଥ ମାମଲାରେ ଦ୍ରାବିଡ଼ଙ୍କୁ ଆଶ୍ବସ୍ତି

ଦ୍ବେତ ସ୍ବାର୍ଥ ମାମଲାରେ ରାହୁଲ ଦ୍ରାବିଡ଼ଙ୍କୁ କ୍ଲିନଚିଟ ଦେଲେ ବିସିସିଆଇର ଏଥିକ୍ସ ଅଫିସର ଜଷ୍ଟିସ(ଅବସରପ୍ରାପ୍ତ) ଡିକେ ଜୈନ । ଅଧିକ ପଢ଼ନ୍ତୁ...

ଦ୍ବେତ ସ୍ବାର୍ଥ ମାମଲାରେ ଦ୍ରାବିଡ଼ଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନ ଚିଟ

By

Published : Nov 15, 2019, 1:36 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଦ୍ବେତ ସ୍ବlର୍ଥ (Conflict Of Interest) ମାମଲାରେ ମିଳିଲା ଆଶ୍ବସ୍ତି । ବିସିସିଆଇର ଏଥିକ୍ସ ଅଫିସର ଜଷ୍ଟିସ(ଅବସରପ୍ରାପ୍ତ) ଡିକେ ଜୈନ ମାମଲାରେ ସବୁ ପକ୍ଷକୁ ଦେଖି ଓ ରାହୁଲଙ୍କ ପକ୍ଷ ଶୁଣିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଦୁଇଟି ଶୁଣାଣି ପରେ ଦ୍ରାବିଡଙ୍କୁ କ୍ଲିନଚିଟ ଦେଇଛନ୍ତି ଜଷ୍ଟିସ । ବିସିସିଆଇ ସମ୍ବିଧାନର ନିୟମ ଅନୁସାରେ, କୌଣସି ବ୍ୟକ୍ତି ଏକ ସମୟରେ ଦୁଇଟି ପଦରେ ଅଧିଷ୍ଠିତ ହୋଇରହିପାରିବେ ନାହିଁ । ତେବେ ଜଷ୍ଟିସ ଜୈନ ଏହି ମାମଲାର ଅଲଗା ପ୍ରକାରରେ ବ୍ୟାଖ୍ୟା କରି ରାହୁଲଙ୍କୁ କ୍ଲିନଚିଟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦ୍ରାବିଡଙ୍କ ଉପରେ ମଧ୍ୟପ୍ରଦେଶ କ୍ରିକେଟ ଏସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଦୋଷାରୋପ କରିଥିଲେ । ତାଙ୍କର ଅଭିଯୋଗ ଥିଲା, ରାହୁଲ ଏକ ସମୟରେ ଗୋଟିଏରୁ ଅଧିକ ପଦରେ ନିଯୁକ୍ତ ହୋଇଛନ୍ତି ।

ଅଭିଯୋଗରେ କୁହାଯାଇଥିଲା ଯେ, ଦ୍ରାବିଡ ଜୁଲାଇରେ ବିସିସିଆଇ ପକ୍ଷରୁ ନ୍ୟାସନାଲ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ପଦରେ ରହିବା ସହ ଇଣ୍ଡିଆ ସିମେଣ୍ଟସ୍‌ ପ୍ରାଇଭେଟ ଲିମିଟେଡର ଉପାଧ୍ୟକ୍ଷ ପଦରେ ମଧ୍ୟ ରହିଥିଲେ । ଗୁପ୍ତା କହିଥିଲେ ଯେ ଏହି କମ୍ପାନୀର ସମ୍ବନ୍ଧ ଚେନ୍ନାଇ ସୁପର କିଙ୍ଗ୍ସ ସହ ରହିଛି । ଏନସିଏର ଦାୟିତ୍ବ ନେବା ପୂର୍ବରୁ ସେ ଇଣ୍ଡିଆ-ଏ ଓ ଅଣ୍ଡର-19 ଟିମର ମୁଖ୍ୟ କୋଚ ମଧ୍ୟ ଥିଲେ ।

ତେବେ ଜଷ୍ଟିସ ଜୈନ ନିଜ ଆଦେଶରେ କହିଛନ୍ତି ଯେ, ଦ୍ରାବିଡଙ୍କ ବିରୋଧରେ ଦ୍ବେତ ସ୍ବାର୍ଥ ମାମଲା ଦାୟର ହେବା ସମ୍ଭବ ହେଲା ନାହିଁ, କାରଣ ଏଥିରେ କୌଣସି ମେରିଟ ନଥିଲା । ତେଣୁ ଏହାକୁ ଖାରଜ କରି ଦିଆଗଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details