ଓଡିଶା

odisha

ଜାତିଆଣ ଆକ୍ଷେପକୁ ସହ୍ୟ କରାଯିବ ନାହିଁ: ବିସିସିଆଇ ସମ୍ପାଦକ

By

Published : Jan 11, 2021, 2:09 PM IST

Updated : Jan 11, 2021, 2:42 PM IST

ବିସିସିଆଇ ସଚିବ ଶାହ ଟ୍ବିଟ କରି କହିଛନ୍ତି ଯେ, ଏହି ଖେଳରେ ଓ ଆମ ସମାଜରେ ଜାତିଆଣ ଆକ୍ଷେପର କୌଣସି ସ୍ଥାନ ନାହିଁ ।

ଜାତିଆଣ ଆକ୍ଷେପକୁ ସହ୍ୟ କରାଯିବ ନାହିଁ: ବିସିସିଆଇ ସଚିବ
ଜାତିଆଣ ଆକ୍ଷେପକୁ ସହ୍ୟ କରାଯିବ ନାହିଁ: ବିସିସିଆଇ ସଚିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ସମ୍ପାଦକ ଜୟ ଶାହ ଭାରତୀୟ କ୍ରିକେଟରଙ୍କ ପ୍ରତି ହୋଇଥିବା ଜାତିଆଣ ଆକ୍ଷେପର କଡା ନିନ୍ଦା କରିଛନ୍ତି । ରବିବାର ଦିନ 3ୟ ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ପୁଣିଥରେ ଦର୍ଶକମାନେ ଅପଶବ୍ଦ କହିଥିଲେ । ଏହାପୂର୍ବରୁ ବି ଜାତିଆଣ ଆକ୍ଷେପର ଶିକାର ହୋଇଥିଲେ ବୁମରା ଓ ସିରାଜ ।

ତେବେ ବାରମ୍ବାର ଏପରି ଘଟଣା ପରେ ସମସ୍ତ କ୍ରିକେଟ ଜଗତ ଏହାର ଘୋର ନିନ୍ଦା କରିଛନ୍ତି । ବିସିସିଆଇ ସମ୍ପାଦକ ଶାହ ଟ୍ବିଟ କରି କହିଛନ୍ତି ଯେ, ଏହି ଖେଳରେ ଓ ଆମ ସମାଜରେ ଜାତିଆଣ ଆକ୍ଷେପର କୌଣସି ସ୍ଥାନ ନାହିଁ । ମୁଁ କ୍ରିକେଟ ଅଷ୍ଟ୍ରେଲିଆର ଅଧିକାରୀଙ୍କ ସହ କଥା ହୋଇଛି ଓ ଦୋଷୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି । ଉଭୟ ବିସିସିଆଇ ଓ ସିଏ ଏହାର ନିନ୍ଦା କରୁଛୁ । ଏପରି ଭେଦଭାବକୁ ସହ୍ୟ କରାଯିବ ନାହିଁ ।

Last Updated : Jan 11, 2021, 2:42 PM IST

ABOUT THE AUTHOR

...view details