ତସମନିଆ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ, ନ୍ୟୁଜିଲାଣ୍ଡ କ୍ରିକେଟର ରାଚେଲ ପ୍ରିଷ୍ଟ । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଆଗାମୀ ସିଜିନ ରାଇଁ କେନ୍ଦ୍ରୀୟ ଚୁକ୍ତିରେ ପ୍ରିଷ୍ଟଙ୍କୁ ସ୍ଥାନ ମିଳିନଥିଲା । ସେଥିପାଇଁ ଅନ୍ତର୍ଜାତୀୟ କ୍ରିକେଟକୁ ସେ ବିଦାୟ କହିଥିବା ଚର୍ଚ୍ଚା ହେଉଛି ।
ଅନ୍ତର୍ଜାତୀୟ କ୍ରିକେଟରୁ ନ୍ୟୁଜିଲାଣ୍ଡ କ୍ରିକେଟର ରାଚେଲ ପ୍ରିଷ୍ଟଙ୍କ ଅବସର - ନ୍ୟୁଜିଲାଣ୍ଡ କ୍ରିକେଟର ରାଚେଲ ପ୍ରିଷ୍ଟ
ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ, ନ୍ୟୁଜିଲାଣ୍ଡ କ୍ରିକେଟର ରାଚେଲ ପ୍ରିଷ୍ଟ ।
![ଅନ୍ତର୍ଜାତୀୟ କ୍ରିକେଟରୁ ନ୍ୟୁଜିଲାଣ୍ଡ କ୍ରିକେଟର ରାଚେଲ ପ୍ରିଷ୍ଟଙ୍କ ଅବସର Rachel Priest retires from international cricket, signs for Cricket Tasmania](https://etvbharatimages.akamaized.net/etvbharat/prod-images/768-512-7667368-thumbnail-3x2-dg.jpg)
ଅନ୍ତର୍ଜାତୀୟ କ୍ରିକେଟରୁ ନ୍ୟୁଜିଲାଣ୍ଡ କ୍ରିକେଟର ରାଚେଲ ପ୍ରିଷ୍ଟଙ୍କ ଅବସର
ତେବେ କ୍ରିକେଟ ତସମନିଆର, ତସମନିଆନ ଟାଇଗର୍ସ ପକ୍ଷରୁ ଖେଳିବା ନେଇ ଚୁକ୍ତି କରିଛନ୍ତି ପ୍ରିଷ୍ଟ । 2020-21 ସିଜିନ ପାଇଁ କ୍ରିକେଟ ତସମନିଆ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି ।
ତସମନିଆ ସମ୍ଭବତଃ ବିଶ୍ବର ଶ୍ରେଷ୍ଠ ଘରୋଇ କ୍ରିକେଟ ପ୍ରତିଯୋଗିତା ବୋଲି କହିଛନ୍ତି ରାଚେଲ ପ୍ରିଷ୍ଟ । ସେଥିପାଇଁ ସେ ଏହି କ୍ଳବରେ ଖେଳିବାକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।