ଓଡିଶା

odisha

By

Published : Feb 25, 2021, 6:46 PM IST

ETV Bharat / sports

ଥରଙ୍ଗାଙ୍କଠୁ ଷ୍ଟୋକ୍ସ, ଅନ୍ତର୍ଜାତୀୟ କ୍ରିକେଟରେ ଅଶ୍ବିନଙ୍କ 600 ୱିକେଟର ଯାତ୍ରା

ଅନ୍ତର୍ଜାତୀୟ କ୍ରିକେଟରେ 600 ୱିକେଟ ପୂରଣ କରିଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଅଧିକ ପଢନ୍ତୁ...

r ashwin completes his 600 wickets in international cricket
ଥରଙ୍ଗାଙ୍କଠୁ ଷ୍ଟୋକ୍ସ, ଅନ୍ତର୍ଜାତୀୟ କ୍ରିକେଟରେ ଅଶ୍ବିନଙ୍କ 600 ୱିକେଟର ଯାତ୍ରା

ହାଇଦ୍ରାବାଦ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅନ୍ୟତମ ସ୍ମରଣୀୟ ମ୍ୟାଚ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟରେ 600 ୱିକେଟ ପୂରଣ କରିଛନ୍ତି ଏହି ଭେଟେରାନ ଭାରତୀୟ ସ୍ପିନର । ଏହି ଉପଲବ୍ଧି ହାସଲ କରିବାରେ ଅଶ୍ବିନ 4ର୍ଥ ଭାରତୀୟ ଓ ବିଶ୍ବ କ୍ରିକେଟର 21ତମ ବୋଲର ହୋଇଛନ୍ତି । ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଅଭିଜ୍ଞ ଅଶ୍ବିନଙ୍କ 600ତମ ଶିକାର ହୋଇଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ 600 ୱିକେଟ ହାସଲ କରିବା କୌଣସି କରିସ୍ମା ଠାରୁ କମ ନୁହେଁ । 34 ବର୍ଷୀୟ ଆର. ଅଶ୍ବିନ ବର୍ଷ 2010ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଉପୁଲ ଥରଙ୍କାଙ୍କ ରୂପରେ ପ୍ରଥମ ସଫଳତା ପାଇଥିଲେ।

600 ୱିକେଟ ପର୍ଯ୍ୟନ୍ତ ଏହି ଯାତ୍ରାରେ ପହଞ୍ଚିବା ପାଇଁ ଅଶ୍ବିନଙ୍କୁ 77 ଟେଷ୍ଟରୁ 398, 111 ଏକଦିବସୀୟ ମ୍ୟାଚରୁ 150 ଓ 46 ଟି20ରୁ 52 ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ।

ଭାରତ ପାଇଁ 600 ଅନ୍ତର୍ଜାତୀୟ ୱିକେଟ ହାସଲ କରିଥିବା ବୋଲର:

  • ଅନିଲ କୁମ୍ବଲେ (956)
  • ହରଭଜନ ସିଂହ(707)
  • କପିଳ ଦେବ(687)
  • ରବିଚନ୍ଦ୍ରନ ଅଶ୍ବିନ(600)*
  • ଜାହୀର ଖାନ(597)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details