ଓଡିଶା

odisha

ETV Bharat / sports

ପୁନମ ରାଉତଙ୍କ ଅପରାଜିତ ଶତକ, ଭାରତ 266/4 - ଭାରତ ବନାମ ଦକ୍ଷିଣ ଆଫ୍ରିକା ମହିଳା ଟିମ

ଚତୁର୍ଥ ଦିନିକିଆରେ ଦକ୍ଷିଣ ଆଫ୍ରିକା ମହିଳା ଟିମକୁ ଭାରତର 267ରନର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

punam rauts unbeaten ton harmanpreet kaur s blitzkrieg lift india to 266/4
ପୁନମ ରାଉତଙ୍କ ଅପରାଜିତ ଶତକ, ଭାରତ 266/4

By

Published : Mar 14, 2021, 3:25 PM IST

ଲକ୍ଷ୍ନୌ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ ମଧ୍ୟରେ 4ର୍ଥ ଦିନିକିଆ ମୁକାବିଲା ଖେଳାଯାଉଛି । ଟସ ଜିତି ପ୍ରଥମେ ଭ୍ରମଣକାରୀ ଦଳ ବୋଲିଂ ନିଷ୍ପତ୍ତି ନେବାପରେ, ଭାରତ ନିର୍ଦ୍ଧାରିତ 50 ଓଭରରେ 266 ରନ କରିଛି । ଫଳରେ ଦକ୍ଷିଣ ଆଫ୍ରିକା 126 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଛି ।

ଭାରତ ପକ୍ଷରୁ ପୁନମ ରାଉତ ଆକର୍ଷଣୀୟ ଅପରାଜିତ ଶତକୀୟ ଇଂନିସ ଖେଳିଛନ୍ତି । ପୁନମଙ୍କ ଏହି ଇଂନିସରେ 123 ବଲ୍‌ରୁ 10 ଚୌକା ସାମିଲ ରହିଛି । ଏହାପୂର୍ବରୁ ଦ୍ବିତୀୟ ଦିନିକିଆ ଓ ତୃତୀୟ ଦିନିକିଆରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।

ଭାରତ ଏହି ମୁକାବିଲାରେ ଓପନିଂ ବ୍ୟାଟ୍ସମ୍ୟାନ ଜେମିମ୍ମା ରୋଡ୍ରିଗ୍ୟୁସଙ୍କ ସ୍ଥାନରେ ପ୍ରିୟା ପୁନିଆଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଥିଲା । ଭାରତୀୟ ଟିମର ଆରମ୍ଭ ଭଲ ହୋଇନଥିଲା । ଦଳୀୟ ସ୍କୋର 17ରେ ସ୍ମୃତି ମାନ୍ଧାନାଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା । ପରେ ପ୍ରିୟା ପୁନିଆଙ୍କ ସହ ମିଶି ପୁନମ ପାଳିକୁ ଆଗକୁ ବଢାଇଥିଲେ ।

ତେବେ 51 ବଲରେ 32 ରନର ଇଂନିସ ଖେଳି ପ୍ରିୟା ପ୍ୟାଭିଲିୟନ ଫେରିଥିଲେ । ପରେ କ୍ୟାପଟେନ ମିତାଲି ରାଜ ଓ ପୁନମ ଭାରତୀୟ ପାଳିକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ 103 ରନର ଭାଗିଦାରୀ ହୋଇଥିଲା । ମିତାଲି 71 ବଲରୁ 45 ରନର ଉପଯୋଗୀ ଯୋଗଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details