ଓଡିଶା

odisha

By

Published : Apr 7, 2020, 1:08 PM IST

ETV Bharat / sports

ପାକିସ୍ତାନରେ କୋରୋନା ସଚେତନତା କରୁଛି ବୁମରାଙ୍କ ନୋ ବଲ ଫଟୋ !

ପାକିସ୍ତାନ ସୁପର ଲିଗ ଫ୍ରାଞ୍ଚାଇଜ, ଇସଲାମବାଦ ୟୁନାଇଟେଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିମ ଇଣ୍ଡିଆର ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କ ଏକ ନୋ ବଲ ବୋଲିଂ ବେଳର ଫଟୋକୁ ସେୟାର କରିଛି ।

Islamabad united use Jasprit bumrah's no-ball photo
ବୁମରାଙ୍କ ନୋବଲ ଫଟୋରେ ଇସଲାମବାଦ ୟୁନାଇଟେଡର କୋରୋନା ସଚେତନା

ଲାହୋର: ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ସମଗ୍ର ବିଶ୍ବ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଦେଶରେ ଜାରି ହୋଇଛି ଲକଡାଉନ ।

ବିଶ୍ବର କ୍ରୀଡାବିତ ଓ ବୋର୍ଡ ଲୋକଙ୍କୁ କୋରୋନା ସଚେତନତାର ବାର୍ତ୍ତା ବାଣ୍ଟିବାରେ ଲାଗିଛି । ଏହି କ୍ରମରେ ପାକିସ୍ତାନ ସୁପର ଲିଗ ଫ୍ରାଞ୍ଚାଇଜ, ଇସଲାମବାଦ ୟୁନାଇଟେଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରୁଛି ।

ତେବେ ନିଜର ଟ୍ବିଟର ଆକାଉଣ୍ଟରେ ପିଏସଏଲ ଫ୍ରାଞ୍ଚାଇଜ ଟିମ ଇଣ୍ଡିଆର ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କ ଏକ ନୋ ବଲ ବୋଲିଂ ବେଳର ଫଟୋକୁ ସେୟାର କରିଛି । ଏହି ଫଟୋ 2017 ଭାରତ ବନାମ ପାକିସ୍ତାନ ଆଇସିସି ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚର ବୋଲି କୁହାଯାଉଛି ।

ଏହି ଟ୍ବିଟରେ ଲେଖାଯାଇଛି, "ଲାଇନକୁ ଅତିକ୍ରମ କରନ୍ତୁ ନାହିଁ, ଏହା ରିସ୍କ ହୋଇପାରେ, ସାମାଜିକ ଦୂରତା ବଜାୟ ରଖନ୍ତୁ, ମାତ୍ର ହୃଦୟ ଖୋଲା ରଖିବାକୁ ଧ୍ୟାନ ଦିଅନ୍ତୁ ।"


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details