ନୂଆଦିଲ୍ଲୀ:ଟିମ ଇଣ୍ଡିଆ ଶୁକ୍ରବାର 2011 ବିଶ୍ବକପ ବିଜୟକୁ 10ବର୍ଷ ପୂରଣ ମନାଉଛି । ଏହିକ୍ରମରେ ତତ୍କାଳୀନ ଭାରତୀୟ କୋଚ ଗ୍ୟାରୀ କିର୍ଷ୍ଟନ ମଧ୍ୟ ଭାରତୀୟ କ୍ରିକେଟର ସେହି ଐତିହାସିକ ଦିନକୁ ମନେପକାଇଛନ୍ତି । ଟିମ ଇଣ୍ଡିଆ ପାଇଁ ଗର୍ବିତ ବୋଲି କହିଛନ୍ତି ଗ୍ୟାରୀ ଓ ସେହି ଦିନରୁ ବିଗତ ଦଶ ବର୍ଷ ମଧ୍ୟରେ କିପରି ପ୍ରଗତି ଓ ପ୍ରଭାବୀ ହୋଇଛି କହିଛନ୍ତି ।
ଏପ୍ରିଲ 2ରେ ଯେବେ ମେନ ଇନ ବ୍ଲୁ 2011 ବିଶ୍ବକପ ଟ୍ରଫି ନିଜ ନାମରେ କରି ଇତିହାସ ରଚଥିଲା, ସେତେବେଳେ ମୁଖ୍ୟ କୋଚ ଥିଲେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଗ୍ୟାରୀ କିର୍ଷ୍ଟନ । ଧୋନିଙ୍କ ନେତୃତ୍ବରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ମ୍ୟାଚ ହାରିଥିଲା ଭାରତ ।