ଦୁବାଇ: ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା । ଡିସେମ୍ବର ସୁଦ୍ଧା କ୍ରିକେଟର ସର୍ବୋଚ୍ଚ କ୍ରିକେଟ ବୋର୍ଡକୁ ମିଳିବ ନୂଆ ମୁଖିଆ । ଏନେଇ ଟ୍ବିଟ ଯୋଗେ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି "ନିର୍ବାଚନ ପ୍ରକ୍ରିୟା ଆଇସିସି ଅଡିଟ କମିଟିର ସ୍ବତନ୍ତ୍ର ଚେୟାରମ୍ୟାନ ଅନୁଧ୍ୟାନ କରିବେ । ଡିସେମ୍ବର ସୁଦ୍ଧା ଏହି ନିର୍ବାଚନ ପ୍ରକିୟା ଶେଷ ହେବ " ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
18 ଡିସେମ୍ବର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଆଇସିସି ସମ୍ବିଧାନ ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବାକୁ ସମ୍ଭାବ୍ୟ ପ୍ରାର୍ଥୀ ଆଇସିସିର ପୂର୍ବତନ କିମ୍ବା ବର୍ତ୍ତମାନର ନିର୍ଦ୍ଦେଶକ ହୋଇଥିବା ଜରୁରୀ ।
ତେବେ ଏହି ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମ ଚର୍ଚ୍ଚାରେ ରହିଥିଲା । ମାତ୍ର ଅଧ୍ୟକ୍ଷ ପଦ ପାଇଁ ଆବଶ୍ୟକୀୟ ସମସ୍ତ ଯୋଗ୍ୟତା ନିୟମାବଳୀକୁ ପୂରଣ କରୁଥିବା ସଦସ୍ୟ ପ୍ରାର୍ଥୀ ହେବେ । ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ସ୍ଥାନ ଖାଲି ପଡିଛି । ଶଶାଙ୍କ ମନୋହର ପୂର୍ବରୁ ବିସିସିଆଇ ସଭାପତି ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ