ସିଡନି: ଅଭ୍ୟାସକୁ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟର । କୋରୋନା ଭାଇରସର ପ୍ରଭାବ କମ ହୋଇନଥିଲେ ମଧ୍ୟ ସିଡନି ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ।
ଷ୍ଟିଭ ସ୍ମିଥଙ୍କ ସମେତ ଡେଭିଡ ୱାର୍ଣ୍ଣର ଓ ମିଚେଲ ଷ୍ଟାର୍କ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି । ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦେଉଥିବା କହିଛନ୍ତି, ଭେଟେରାନ ଷ୍ଟିଭ ସ୍ମିଥ । ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଅଷ୍ଟ୍ରେଲିଆର ଘରୋଇ ସିଜିନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଗତ ସପ୍ତାହରେ ଅଗଷ୍ଟ 9ରୁ ଅନ୍ତର୍ଜାତୀୟ ସିଜିନ ଆରମ୍ଭ ନେଇ ଘୋଷଣା କରିଛି ।