ଓଡିଶା

odisha

ETV Bharat / sports

ପ୍ରିୟମଙ୍କ ପରାକ୍ରମରେ ବିଜୟୀ ଜୁନିୟର ଟିମ ଇଣ୍ଡିଆ - କ୍ଷିଣ ଆଫ୍ରିକାକୁ ହରାଇଛି ଭାରତ

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା 4ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଘରୋଇ ଦକ୍ଷିଣ ଆଫ୍ରିକାକୁ 66 ରନରେ ହରାଇଛି ଭାରତ । 103 ବଲରୁ 110 ରନର ମ୍ୟାଚ ବିଜୟୀ ଇଂନିସ ଖେଳି ମ୍ୟାଚ ଅଫ ଦି ମ୍ୟାଚ ହୋଇଛନ୍ତି କ୍ୟାପଟେନ ପ୍ରିୟମ ।

India U-19 beat SA
ଜୁନିୟର ଟିମ ଇଣ୍ଡିଆ ବିଜୟୀ

By

Published : Jan 4, 2020, 9:07 AM IST

ଡର୍ବାନ: ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମର ବିଜୟ ଯାତ୍ରା ଜାରି ରହିଛି । ପୁଣି ପ୍ରଭାବି ପ୍ରଦର୍ଶନ କରିଛନ୍ତି କ୍ୟାପଟେନ ପ୍ରିୟମ ଗର୍ଗ । 103 ବଲରୁ 110 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି ପ୍ରିୟମ । ଫଳରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା 4ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଘରୋଇ ଦଳକୁ 66 ରନରେ ହରାଇଛି ଭାରତ ।

ବିଜୟୀ ଜୁନିୟର ଟିମ ଇଣ୍ଡିଆ

ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ 264 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ପକ୍ଷରୁ ଧ୍ରୁବ ଜୁରେଲ 65 ଓ ତିଲକ ବର୍ମା 42 ରନର ଉପୋଯାଗୀ ଇଂନିସ ଖେଳିଥିଲେ । ତେବେ କ୍ୟାପଟେନ ପ୍ରିୟମ ଗର୍ଗଙ୍କ ଶତକୀୟ ଇଂନିସ ଭାରତକୁ ବଡ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସହାୟକ ହୋଇଥିଲା । ଶତକୀୟ ଇଂନିସ ପାଇଁ କ୍ୟାପଟେନ ପ୍ରିୟମ ଗର୍ଗ ମ୍ୟାଚ ଅଫ ଦି ମ୍ୟାଚ ହୋଇଛନ୍ତି ।

265 ରନର ବିଜୟଲକ୍ଷ୍ୟକୁ ପିଛା କରି ଘରୋଇ ଦକ୍ଷିଣ ଆଫ୍ରିକା ମାତ୍ର 198/9ରେ ସୀମିତ ରହିଥିଲା । ଦଳ ପକ୍ଷରୁ ସର୍ବାଧିକ କ୍ୟାପଟେନ ବ୍ରେସ ପାରସନ୍ସ 57 ରନର ଇଂନିସ ଖେଳିଥିଲେ । ଆଣ୍ଡ୍ରିୟୁ ଲୁ 85 ବଲରୁ 45 ରନର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳଥିଲେ । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ । ଫଳରେ 66 ରନରେ ଦକ୍ଷିଣ ଆଫ୍ରିକା ଦଳକୁ ହରାଇଥିଲା ଭାରତ । ଭାରତ ପକ୍ଷରୁ ବାମହାତୀ ବୋଲର ସୁଶାନ୍ତ ମିଶ୍ର ଦମଦାର ବୋଲିଂ କରି ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିଲେ । ରବି ବିଷ୍ଣୋଇ 2ଟି ୱିକେଟ ହାସଲ କରିଥିଲେ । କାର୍ତ୍ତିକ ତ୍ୟାଗି, ଅର୍ଥବ ଆଙ୍କଲେକର, ଓ ତିଲକ ବର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
ଏହି 4 ରାଷ୍ଟ୍ରୀୟ ସିରିଜରେ ନ୍ୟୁଜିଲାଣ୍ଡ, ଜିମ୍ବାୱେ, ଭାରତ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଭାରତ ରବିବାର ପରବର୍ତ୍ତୀ ମ୍ୟାଚରେ ଜିମ୍ବାୱେକୁ ଭେଟିବ । ପୂର୍ବରୁ ଖେଳାଯାଇଥିବା ୟୁଥ ଦିନିକିଆ ସିରିଜକୁ ଭାରତ 2-1ରେ ଜିତି ନେଇଛି । ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି ।

ABOUT THE AUTHOR

...view details