ନୂଆଦିଲ୍ଲୀ: ଆଇପିଏଲ 2020 ଆୟୋଜନ ନେଇ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲଙ୍କ ବଡ ବୟାନ । ଧୁମଲ କହିଛନ୍ତି ଅକ୍ଟୋବର-ନଭେମ୍ବରରେ ଆଇପିଏଲ ଆୟୋଜନ ହେବ କହିବା ଅନଭିଜ୍ଞତା ହେବ । କାରଣ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆଇସିସି ଟି-20 କ୍ରିକେଟ ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି ।
ବିସିସିଆଇ ବର୍ତ୍ତମାନ ପରିସ୍ଥିତିରେ ଆଇପିଏଲ ନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତିରେ ପହଞ୍ଚିନାହିଁ । କେବଳ ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଏହି ବିଗ ବଜେଟ ଟୁର୍ଣ୍ଣାମେଣ୍ଟ, ଲକଡାଉନ କାରଣରୁ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରହିଛି । କୋରୋନା ଭାଇରସ ସଂକ୍ରମଣ ଉପରେ ରୋକ ଲାଗି ଭାରତ ସରକାର ଆଉ 2 ସପ୍ତାହ ଲକଡାଉନ ଅବଧିକୁ ବଢାଇବା ନେଇ ଚର୍ଚ୍ଚା ହେଉଛି । ଏହା ଘୋଷଣା ହେଲେ, ଏପ୍ରିଲ-ମେ କ୍ୟାଲେଣ୍ଡରେ ଆଇପିଏଲ ଆୟୋଜନ ସମ୍ଭବ ହେବ ନାହିଁ କହିଛନ୍ତି ଅରୁଣ ଧୁମଲ ।