ଓଡିଶା

odisha

ନିୟମ ଭାଙ୍ଗିଲେ ପ୍ରବୀଣ ତାମ୍ବେ, ଖେଳି ପାରିବେନି ଆଇପିଏଲ-2020 !

ସ୍ପିନର ପ୍ରବୀଣ ତାମ୍ବେ ଟି-10 ଲିଗ୍‌ ଖେଳିସାରିଛନ୍ତି । ବିସିସିଆଇର ନିୟମ ଅନୁସାରେ କେବଳ ଅବସର ପ୍ରାପ୍ତ ଭାରତୀୟ ଖେଳାଳି ଟି-10 ଲିଗ୍‌ ଖେଳିପାରିବେ । ଏଥିପାଇଁ ସେ ଆଇପିଏଲ ଖେଳିପାରିବେ ନାହିଁ ।

By

Published : Jan 13, 2020, 8:25 PM IST

Published : Jan 13, 2020, 8:25 PM IST

pravin tambe
pravin tambe

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନର ସବୁଠାରୁ ବୟସ୍କ ଖେଳାଳି ରୂପେ ଚର୍ଚ୍ଚିତ ଥିବା ପ୍ରବୀଣ ତାମ୍ବେ ଆଉ ଆଇପିଏଲ 2020 ଖେଳି ପାରିବେ ନାହିଁ । ବିସିଆଇର ଜଣେ ଅଧିକାରୀ ଏହାର ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ବିସିସିଆଇର ନିୟମ ଅନୁସାରେ କେବଳ ଅବସର ପ୍ରାପ୍ତ ଭାରତୀୟ ଖେଳାଳି ବିଦେଶ ଲିଗ୍‌ରେ ଖେଳିପାରିବେ । କିନ୍ତୁ ପ୍ରବୀଣ ତାମ୍ବେ ଦୁବାଇ ଓ ଶାରଜାଠାରେ ଟି-10ଲିଗ୍‌ ଖେଳିଛନ୍ତି । ଯାହା ବିସିସିଆଇ ନିୟମ ଭଙ୍ଗ କରୁଛି ।

48ବର୍ଷୀୟ ତାମ୍ବେଙ୍କୁ ଚଳିତ ଆଇପିଏଲ ନିଲାମୀରେ କେକେଆର ବେସ୍‌ ପ୍ରାଇସ 20ଲକ୍ଷରେ କିଣିଥିଲା । ସେ 2013 ମସିହାରେ 41ବର୍ଷ ବୟସରେ ଆଇପିଏଲରେ ପଦାର୍ପଣ କରିଥିଲେ । ଏଯାଏଁ ଆଇପିଏଲରେ 33ମ୍ୟାଚରେ 28ଟି ଓ୍ବିକେଟ ହାସଲ କରିଛନ୍ତି ।

ABOUT THE AUTHOR

...view details