ଓଡିଶା

odisha

ପ୍ରଥମ ଭାରତୀୟ ଭାବେ CPL ଖେଳିଲେ ପ୍ରବୀଣ ତାମ୍ବେ, ଡେବ୍ୟୁ ମ୍ୟାଚରେ ନେଲେ ୱିକେଟ୍

48 ବର୍ଷୀୟ ତାମ୍ବେ ବୁଧବାର କାରିବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଖେଳିଥିବା ପ୍ରଥମ ଭାରତୀୟ ହୋଇଛନ୍ତି ।

By

Published : Aug 26, 2020, 11:01 PM IST

Published : Aug 26, 2020, 11:01 PM IST

ପ୍ରଥମ ଭାରତୀୟ ଭାବେ CPL ଖେଳିଲେ ପ୍ରବୀଣ ତାମ୍ବେ, ଡେବ୍ୟୁ ମ୍ୟାଚରେ ନେଲେ ୱିକେଟ୍
ପ୍ରଥମ ଭାରତୀୟ ଭାବେ CPL ଖେଳିଲେ ପ୍ରବୀଣ ତାମ୍ବେ, ଡେବ୍ୟୁ ମ୍ୟାଚରେ ନେଲେ ୱିକେଟ୍

ହାଇଦ୍ରାବାଦ: ବୟସ ଯେ କେବଳ ଏକ ସଂଖ୍ୟା । ଯାହାକୁ ପୂରଣ କରି ଦେଖାଇଛନ୍ତି ଭାରତୀୟ ଲେଗ୍ ସ୍ପିନର ପ୍ରବୀଣ ତାମ୍ବେ । 48 ବର୍ଷୀୟ ତାମ୍ବେ ବୁଧବାର କାରିବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଖେଳିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ଏଥି ସହ ସେ ଡେବ୍ୟୁ ମ୍ୟାଚରେ ମଧ୍ୟ ୱିକେଟ ଅକ୍ତିଆର କରିଛନ୍ତି ।

ପ୍ରବୀଣ ତାମ୍ବେ ଆହତ ସୁନୀଲ ନାରିନଙ୍କ ବଦଳରେ କିରଣ ପୋଲାର୍ଡ ନେତୃତ୍ୱାଧୀନ ନାଇଟ୍ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି । ସିପିଏଲ୍ 2020ର 13 ତମ ମ୍ୟାଚରେ ଡାରେନ୍ ସାମିଙ୍କ ସେଣ୍ଟ୍ ଲୁସିଆ ଜୁକ୍ସଙ୍କ ଦଳ ବିପକ୍ଷରେ ଡେବ୍ୟୁ କରିଛନ୍ତି । ତେବେ 3ଟି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇ ନଥିବା ତାମ୍ବେ ବୁଧବାର ଇତିହାସ ରଚିଛନ୍ତି ।

ପ୍ରଥମ ଓଭରରେ ୱିକେଟ୍ ନେଇ ତାମ୍ବେ ଡେବ୍ୟୁକୁ ସ୍ମରଣୀୟ କରିଛନ୍ତି । ତେବେ 11ତମ ଓଭରରେ ବୋଲି କରୁଥିବା ତାମ୍ବେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ନଜିବୁଲ୍ଲା ଜାଦ୍ରାନ୍ଙ୍କୁ ପାଭିଲିଅନ ପଠାଇଥିଲେ । ତାମ୍ବେ ତାଙ୍କ ଟ୍ରେଡ୍ ମାର୍କ ସେଲିବ୍ରେସନ୍ ଅଙ୍ଗଭଙ୍ଗୀ ସହିତ ଉପରକୁ ଚାହିଁ ତାଙ୍କ ଭାଗ୍ୟଶାଳୀ ତାରକାମାନଙ୍କୁ ଧନ୍ୟବାଦ ଜଣାଇଲେ ।

ABOUT THE AUTHOR

...view details