ନୂଆଦିଲ୍ଲୀ: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ହୃଦଘାତର ଶିକାର ହେବାପରେ, ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ଚାଲିଛି । ତେବେ ସ୍ବାସ୍ଥ୍ୟବସ୍ଥା ନେଇ ପଚାରିବୁଝିଛନ୍ତି ମୋଦି ।
ମୋଦି, କ୍ରିକେଟ ପ୍ରଶାସକ ଗାଙ୍ଗୁଲିଙ୍କ ସମେତ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ସହ ମଧ୍ୟ କଥା ହୋଇଥିବା ଅଫିସିଆଲ ସୂତ୍ରରୁ ପ୍ରକାଶ । ସୌରଭ ଗାଙ୍ଗୁଲି କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।