ନୂଆଦିଲ୍ଲୀ: କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ ଇଣ୍ଡିଆ(ବିସିସିଆଇ)କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । କୋରୋନା ବିରୋଧି ଲଢେଇକୁ ଆହୁରି ଶକ୍ତ କରିବାକୁ ବିସିସିଆଇ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । 'ଟିମ ମାସ୍କ ଫୋର୍ସ' ନାମକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ବିସିସିଆଇ । ଏଥିରେ ଭାରତର ଭେଟେରାନ ପୁରୁଷ ଓ ମହିଳା କ୍ରିକେଟର ଦେଶବାସୀଙ୍କୁ କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ସଚେନତ କରୁଛନ୍ତି । ବିସିସିଆଇର ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଏଥିରେ ସାମିଲ ହେବାକୁ ଟ୍ବିଟ ଯୋଗେ ଅପିଲ କରିଛନ୍ତି ।
କ୍ରିକେଟ ଭାରତରେ ଏକ ଧର୍ମ ଭଳି । ଦେଶରେ କୋଟିକୋଟି କ୍ରିକେଟପ୍ରେମୀ ରହିଛନ୍ତି । କୋରୋନା ମୁକାବିଲା ପାଇଁ 51 କୋଟିର ବଡ ଆର୍ଥିକ ସହାୟତା ପ୍ରଧାନମନ୍ତ୍ରୀ କେଆରର୍ସ ଫଣ୍ଡକୁ ଦେବା ପରେ, ସଚେତନତା ପାଇଁ ଆଗେଇ ଆସିଛି ବିସିସିଆଇ ।