ଓଡିଶା

odisha

ETV Bharat / sports

'ଏବେ ଟିମର କିଛି ବିଭାଗରେ ସୁଧାର ଆଣିବାର ଅଛି'

ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ 5 ଓ୍ବିକେଟରେ ମାତ ଦେଇଛି । ତେବେ ମ୍ୟାଚ ଜିତିବାପରେ ସିଏସକେର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ କିଛି ବିଭାଗରେ ସୁଧାର ଆଣିବାର ଜରୁରୀ ଅଛି ।

Plenty of positives, but plenty of areas to improve: MS Dhoni
Plenty of positives, but plenty of areas to improve: MS Dhoni

By

Published : Sep 20, 2020, 3:16 PM IST

ଆବୁଧାବି: ଶନିବାର ଠାରୁ ଆଇପିଏଲର 13ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଏହି ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ 5ଓ୍ବିକେଟରେ ମାତ ଦେଇଛି । ତେବେ ମ୍ୟାଚ ଜିତିବାପରେ ସିଏସକେର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ କିଛି ବିଭାଗରେ ସୁଧାର ଆଣିବାର ଜରୁରୀ ଅଛି ।

ଧୋନି କହିଛନ୍ତି, ଅଭ୍ୟାସ କରୁଛ କିନ୍ତୁ ଗ୍ରାଉଣ୍ଡରେ ଓହ୍ଲାଇ ଖେଳିବା ଭିନ୍ନ ଅନୁଭବ ହୋଇଥାଏ । ଟିମ ପଜିଟିଭ ରହିଥିଲା । କିନ୍ତୁ କିଛିଟା ବିଭାଗରେ ଆହୁରି କାମ କରିବାକୁ ପଡିବ । ବିଶେଷକରି ଟାଇମିଙ୍ଗକୁ ନେଇ । ପରେ ଖେଳିଲେ କାକର ପଡିବା ପୂର୍ବରୁ ମୁଭମେଣ୍ଟ ରହିଥାଏ । ତେବେ ଆମ ପାଖରେ ଯଦି ଓ୍ବିକେଟ ରହେ ଆମକୁ ଲାଭ ମିଳିବ ।

ରାୟଡୁ ଓ ଡୁପ୍ଲେସିସଙ୍କ ପାର୍ଟନରସିପ ବହୁତ ମହତ୍ତ୍ବପୂର୍ଣ୍ଣ ରହିଥିଲା ବୋଲି ଧୋନି କହିଛନ୍ତି । ସେ କହିଛନ୍ତି, ଅମ୍ବାନ୍ତି ରାୟଡୁ ଫାଫ ଡୁ ପ୍ଲେସିସ୍‌ଙ୍କ ସହ ଭଲ ପାର୍ଟନରସିପ ଖେଳିଲେ । ଆମର ଅଧିକାଂଶ ଖେଳାଳି ସନ୍ୟାସ ନେଇ ସାରିଛନ୍ତି । କିନ୍ତୁ ଭଲ କଥା କୌଣସି ଖେଳାଳି ଆହତ ହୋଇ ନାହାଁନ୍ତି ।

ଅନ୍ୟପଟେ ପରାସ୍ତ ମୁମ୍ବାଇ ଟିମର ଅଧିନାୟକ ରୋହିତ ଶର୍ମା ସ୍ବୀକାର କରିଛନ୍ତି ଡେଥ ଓଭରରେ ଭଳ ବ୍ୟାଟିଂ କରି ପାରିଲୁ ନାହିଁ । ଫଳରେ ଟିମକୁ କ୍ଷତି ପହଞ୍ଚିଲା । ଆମର କୌଣସି ଖେଳାଳି ରାୟଡୁ ଓ ଡୁ ପ୍ଲେସିସ୍‌ଙ୍କ ପରି ଇଂନିସ ଖେଳି ପାରିଲେ ନାହିଁ । ଚେନ୍ନାଇ ବୋଲର ଓଭରର ଶେଷ ଆଡକୁ ଭଲ ବୋଲିଂ କରିଥିଲେ । ଆମକୁ ଏହି ପରାଜୟରୁ ଶିଖିବାକୁ ପଡିବ ।

ABOUT THE AUTHOR

...view details