ଓଡିଶା

odisha

ETV Bharat / sports

ବିଶ୍ବକପର ଅନ୍ତିମ ଏକାଦଶ ଚୟନ ସରିଛି: କୋହଲି - virat kohli

ଭାରତୀୟ ଅଧିନାୟକ ଏହା କହିଛନ୍ତି ଯେ କେଉଁ 11 ଖେଳାଳି ବିଶ୍ୱକପ୍‌ରରେ ଖେଳିବେ ତାକୁ ନେଇ ଟିମ ମ୍ୟାନେଜମେଣ୍ଟ ସ୍ପଷ୍ଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 15, 2019, 11:33 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାରିବା ପରେ ମଧ୍ୟ ଟିମ ନିରାଶ ବା ହତାଶ ହୋଇନାହିଁ । ଆସନ୍ତା ମେ ମାସ 30 ତାରିଖରେ ବ୍ରିଟେନରେ ହେବାକୁ ଥିବା କ୍ରିକେଟ ମହାକୁମ୍ଭ ପାଇଁ ଅନ୍ତିମ ଏକାଦଶ ଚୟନ ସରିଛି । ଏପରି ମନ୍ତବ୍ୟ ଦେଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରୋଟ କୋହଲି ।

ଭାରତ ଅଷ୍ଟ୍ରଲିଆ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ ଜିତିଥିଲା କିନ୍ତୁ ଅନ୍ତିମ ମ୍ୟାଚ ଗୁଡିକରେ କିଛି ଏକ୍ସପେରିମେଣ୍ଟ କରିବାକୁ ଯାଇ ପରାଜୟର ସାମ୍ନା କରିବାକୁ ପଡିଥିଲା । ଧୋନିଙ୍କୁ ବିଶ୍ରାମ ଦିଆଗଲା, ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ କରାଗଲା । କିନ୍ତୁ କୋହଲି କହିଛନ୍ତି ଯେ ଟିମ ସନ୍ତୁଳିତ ଅଛି ଓ ଅନ୍ତିମ ତିନୋଟି ଦିନିକିଆରେ ଜାଣିଶୁଣି କିଛି ଖେଳାଳିଙ୍କୁ ସୁଯୋଗ ଦିଆଗଲା । ଶେଷ ଦିନିକିଆରେ 35 ରନରେ ହାରିବା ପରେ କୋହଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ଶେଷ ତିନୋଟି ମ୍ୟାଚରେ ଆମେ କିଛି ଖେଳାଳିଙ୍କୁ ସୁଯୋଗ ଦେଇ ଦେଖିବାକୁ ଚାହୁଁଥିଲୁ ଯେ ସେମାନଙ୍କୁ ଦିଆ ଯାଇଥିବା ଦାୟିତ୍ୱକୁ କିପରି ତୁଲାଉଛନ୍ତି । କିନ୍ତୁ ଏହି ପ୍ରୟୋଗ ପରାଜୟର କାରଣ ହୋଇ ନପାରେ କାରଣ ଯେକୌଣସି ଖେଳାଳି ଭାରତ ପାଇଁ ଖେଳିବେ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରାଯିବ ।

କୋହଲି କହିଛନ୍ତି ଯେ "ହାରିବା ପରେ ଡ୍ରେସିଙ୍ଗ ରୁମରେ ଖେଳାଳି ବା ସହଯୋଗୀମାନଙ୍କ ମଧ୍ୟରେ କୌଣସି ପ୍ରକାର ନିରାଶା ବା ହତାଶା ନଥିଲା । କାରଣ ଆମେ ଜାଣିଛୁ ଯେ ଶେଷ ତିନି ମ୍ୟାଚରେ ବିଶ୍ୱକପ୍‌ କୁ ଦୃଷ୍ଟିରେ ରଖି ଆମେ କଣ କରିଛୁ । ଏକ ଟିମ ଭାବେ ଆମେ ନିଜକୁ ଖୁବ ସନ୍ତୁଳିତ ମନେ କରୁଛୁ ।" ଭାରତୀୟ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ କେଉଁ 11 ଖେଳାଳି ବିଶ୍ୱକପ୍‌ରରେ ଖେଳିବେ ତାକୁ ନେଇ ଟିମ ମ୍ୟାନେଜମେଣ୍ଟ ସ୍ପଷ୍ଟ । ପରିସ୍ଥିତି ଅନୁସାରେ ଏଥିରେ ଗୋଟିଏ ଦୁଇଟି ପରିବର୍ତ୍ତନ କରାଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ଟିମକୁ ଫେରିବା ପରେ ଉଭୟ ବ୍ୟାଟିଂ ଓ ବୋଲିଂର ବିକଳ୍ପ ମିଳିଯିବ ଓ ଟିମ ଆହୁରି ସନ୍ତୁଳିତ ହୋଇଯିବ ବୋଲି କୋହଲି କହିଛନ୍ତି । ଆହତ ହୋଇଥିବାରୁ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳି ପାରି ନଥିଲେ ।

କୋହଲି ଆହୁରି ମଧ୍ୟ କହିଛନ୍ତି "ମୋ ନଜରରେ ଏମିତି କୌଣସି ଟିମ ନାହିଁ ଯିଏ ବିଶ୍ୱକପ୍‌ର ପ୍ରବଳ ଦାବିଦାର ଭାବେ ଖେଳିବ ଆରମ୍ଭ କରିବ । ପ୍ରତି ଟିମ୍ ଶକ୍ତିଶାଳୀ, କାରଣ ଯେଉଁ ଟିମ ଭଲ ଖେଳିବ ତାକୁ ଅଟକାଇବା ମୁସ୍କିଲ ହେବ । କିନ୍ତୁ କ୍ବାର୍ଟର ଫାଇନାଲ ଓ ସେମି ଫାଇନାଲରୁ ସେହି ଟିମ ବାଦ ମଧ୍ୟ ପଡିପାରେ । ବିଶ୍ୱକପ୍‌ ଜିତିବା ପାଇଁ ଆପଣଙ୍କୁ ଭଲ କ୍ରିକେଟ ଖେଳିବାକୁ ହେବ ଓ ସଠିକ ନିଷ୍ପତ୍ତି ନେବାକୁ ହେବ । "

ABOUT THE AUTHOR

...view details