ଓଡିଶା

odisha

ଟି-20ରେ ଗୋଟିଏ ଓଭରରେ 6 ଛକା, ପଞ୍ଚମ ଖେଳାଳି ହେଲେ ପୋଲାର୍ଡ

By

Published : Mar 4, 2021, 6:16 PM IST

ଅନ୍ତର୍ଜାତୀୟ କ୍ରିକେଟରେ କିରଣ ପୋଲାର୍ଡ ଗୋଟିଏ ଓଭରରେ 6 ଟି ଛକା ମାରିଥିବା ଖେଳାଳି ଓ ଟି-20 ଫର୍ମାଟରେ ପଞ୍ଚମ ଖେଳାଳି ହୋଇଛନ୍ତି । ଅଧିକ ପଢନ୍ତୁ...

players with Six sixes in an over in Twenty20 cricket
ଟି20 କ୍ରିକେଟରେ ଗୋଟିଏ ଓଭରରେ 6 ଛକା ଲଗାଇସାରିଥିବା ପାଞ୍ଚ ଖେଳାଳି

ହାଇଦ୍ରାବାଦ: ଫଟାଫଟ କ୍ରିକେଟରେ ଇଣ୍ଡିଜ କ୍ୟାପଟେନ କିରଣ ପୋଲାର୍ଡଙ୍କ ନୂଆ କରିସ୍ମା । ଗୋଟିଓ ଓଭରରେ 6ଟି ଛକା ମାରିବାର ରେକର୍ଡ କରିଛନ୍ତି କାରବିୟନ ପାୱାର ହିଟର । ଗୁରୁବାର, 4 ମାର୍ଚ୍ଚରେ ଆଣ୍ଟିଗୁଆ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ଓ ଶୀଲଙ୍କା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିଲା ।

ଶ୍ରୀଲଙ୍କା ସ୍ପିନର ଅକିଲ ଧନଞ୍ଜୟଙ୍କ ବିପକ୍ଷରେ ଓଭର ସମସ୍ତ ବଲ୍‌ରେ ଛକା ଲଗାଇଥିଲେ । ଇଂନିସର ଷଷ୍ଠ ଓଭରରେ ୱେଷ୍ଟଇଣ୍ଡିଜ କ୍ୟାପଟେନ ଏହି ବିରଳ ସଫଳତା ହାସଲ ହାସଲ କରିଥିଲେ। ଏଥିସହ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଗୋଟିଏ ଓଭରରେ 6ଟି ଛକା ମାରିଥିବା ତୃତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

ପୂର୍ବରୁ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ 2007 ଦିନିକିଆ ବିଶ୍ବକପରେ ଓ ଯୁବରାଜ ସିଂହ 2007 ଟି-20 ବିଶ୍ବକପରେ ଏହି ରେକର୍ଡ କରିସାରିଛନ୍ତି ।ଅନ୍ତର୍ଜାତୀୟ ସ୍ତରରେ କିରଣ ପୋଲାର୍ଡ ଗୋଟିଏ ଓଭରରେ 6ଟି ଛକା ମାରିଥିବା ଖେଳାଳି ସହ, ଟି-20 ଫର୍ମାଟରେ ଏହି କମାଲ କରିଥିବା ପଞ୍ଚମ ଖେଳାଳି ହୋଇଛନ୍ତି । ପୋଲାର୍ଡଙ୍କ ପୂର୍ବରୁ ଅନ୍ୟ 4 ଖେଳାଳି ମଧ୍ୟ ଟି-20 କ୍ରିକେଟରେ ଗୋଟିଏ ଓଭରରେ 6ଟି ଛକା ଲଗାଇ ସାରିଛନ୍ତି ।

ଟି20 ଫର୍ମାଟରେ ଗୋଟିଏ ଓଭରରେ 6ଟି ଛକା ଲଗାଇଥିବା ଖେଳାଳି:

ଯୁବରାଜ ସିଂ(ଭାରତ), ବନାମ ଷ୍ଟୁଆର୍ଟ ବ୍ରଡ(ଇଂଲଣ୍ଡ), 2007

ରସ୍‌ ହ୍ବାଇଟଲି(ୱର୍ସଷ୍ଟରସୟର) ବନାମ କାର୍ଲ କାରଭର(ୟର୍କସୟର), 2017

ହଜ୍ରାତୁଲ୍ଲା ଜଜାଇ(କାବୁଲ ଜୱାନ) ବନାମ ଅବଦୁଲ୍ଲା ମଜାରୀ(ବାଲ୍‌ଖ ଲିଜେଣ୍ଡ), 2018

ଲିଓ କାର୍ଟର(କାଣ୍ଟରବୁରେ ନାଇଟସ) ବନାମ ଆଣ୍ଟନ ଡେଭିଚ(ନର୍ଥ ଡିଷ୍ଟ୍ରିକ୍ଟ), 2020

କିରଣ ପୋଲାର୍ଡ(ୱେଷ୍ଟଇଣ୍ଡିଜ) ବନାମ ଅକିଲା ଧନଞ୍ଜୟ(ଶ୍ରୀଲଙ୍କା), 2021

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details