ଓଡିଶା

odisha

ETV Bharat / sports

ଏଥର ବଲରେ ଛେପ ଲଗାଇ ବୋଲିଂ ନ କରିପାରନ୍ତି ବୋଲର, ଜାଣନ୍ତୁ କାରଣ ? - ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ

ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୁବି କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ବୋଧ ହୁଏ ବୋଲରମାନେ ବଲରେ ଛେପ ଲଗାଇ ବୋଲିଂ କରିବେ ନାହିଁ । ଜାଣନ୍ତୁ କାରଣ ?

players-may-not-use-saliva-for-shining-ball-bhuvneshwar
ଏଥର ବଲରେ ଛେପ ଲଗାଇ ବୋଲିଂ ନ କରିପାରନ୍ତି ବୋଲର, ଜାଣନ୍ତୁ କାରଣ

By

Published : Mar 11, 2020, 6:29 PM IST

ଧର୍ମଶାଳା: ଆସନ୍ତାକାଲି (ଗୁରୁବାର) ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ ବୋଲରମାନେ ବଲରେ ଛେପ ଲଗାଇ ବୋଲିଂ କରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଦଳର ଦୃତ ବୋଲର ଭୁବନେଶ୍ବର କୁମାର । ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୁବି କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ବୋଧ ହୁଏ ବୋଲରମାନେ ବଲରେ ଛେପ ଲଗାଇ ବୋଲିଂ କରିବେ ନାହିଁ । ତେବେ ଏହା କୋରୋନା ଭାଇରସ ଭୟ ପାଇଁ ବୋଲି କହିଛନ୍ତି ଭୁବି ।

ସୂଚାନାଥାଉ କି, ଭାରତରେ ଏପର୍ଯ୍ୟନ୍ତ 60 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ତେବେ ଭୁବି କହିଛନ୍ତି, ଆମେ ଭାଇରସର ପ୍ରତିକାର ପାଇଁ ଅନେକ ପଦକ୍ଷପ ଉଠାଉଛୁ । ଆମ ସହ ଏକ ଡାକ୍ତରୀ ଦଳ ରହିଛି । ଯିଏ ଆମକୁ ପରାମର୍ଶ ଦେଉଛନ୍ତି, କଣ କରିବା ଦରକାର ଏବଂ କଣ ନୁହେଁ । ତେବେ ବଲରେ ଛେପ ଲଗାଇ ବୋଲିଂ କରାଯିବା ନା ନାହିଁ ତାର ପରାମର୍ଶ ଆମକୁ ଡାକ୍ତରୀ ଦଳ ଦେବେ ।

ଉଲ୍ଲେଖଥାଉ କି, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାରଠାରୁ ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରୁ ଆରମ୍ଭ ହେବାକୁ ଯାଉଛି । ସେପଟେ କୋରୋନା ଭାଇରସ୍ ଭୟ ପାଇଁ ଧର୍ମଶାଳା ଷ୍ଟାଡିୟମ ଖାଲି ପଡିପାରେ ବୋଲି ଆଶଙ୍କା କରାଯାଉଛି । ମଙ୍ଗଳବାର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଧର୍ମାଶାଳ ଗସ୍ତ ପୂର୍ବରୁ ମାସ୍କ ସହିତ ଏକ ଫଟୋ ପୋଷ୍ଟ କରିଥିଲେ ।

@ANI

ABOUT THE AUTHOR

...view details