ଓଡିଶା

odisha

By

Published : Feb 20, 2021, 7:56 PM IST

ETV Bharat / sports

ପାକିସ୍ତାନ ସୁପର ଲିଗରେ କୋରୋନା

ପାକିସ୍ତାନ ସୁପର ଲିଗ(PSL)ରେ ଜଣେ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

Player tests positive for Covid-19 at PSL, two others breach BSE
ପାକିସ୍ତାନ ସୁପର ଲିଗରେ କୋରୋନା

କରାଚୀ:ପାକିସ୍ତାନ ସୁପର ଲିଗ(PSL)ରେ ଜଣେ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଏକ ଟିମର ଅନ୍ୟଜଣେ ଖେଳାଳି ଓ ଅଧିକାରୀ ଜୈବ ସୁରକ୍ଷା ବଳୟ ନିୟମ ଉଲଂଘନ କରିବା ପରେ କ୍ବାରେଣ୍ଟିନରେ ରଖାଯାଇଛି ।

ପାକିସ୍ତାନ ସୁପର ଲିଗରେ କୋରୋନା

ଜୈବ ସୁରକ୍ଷା ବଳୟ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଶୁକ୍ରବାର ଏହି ଖେଳାଳି ଓ ଅଧିକାରୀଜଣଙ୍କ ଆସିଥିବା ଜଣାପଡିବା ପରେ 3 ଦିନ କ୍ବାରେଣ୍ଟିନରେ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଏହି 3 ଦିନ ମଧ୍ୟରେ ଉଭୟଙ୍କୁ କୋଭିଡ-19 ନେଗେଟିଭ ଟେଷ୍ଟ ରିପୋର୍ଟ ଦେବାକୁ ହେବ । ଏକ ବିବୃତି ଜାରି କରିବା ସହ ଏହା କହିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ପିଏସଏଲ ଶନିବାର(ଫେବ୍ରୁଆରୀ 20)ରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ କରାଚୀ କିଙ୍ଗ୍ସ ଓ କ୍ବେଟା ଗ୍ଳାଡିଏଟର ମଧ୍ୟରେ ଖେଳାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details