କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2020 ପାଇଁ ଡିସେମ୍ବର 19ରେ ହେବ ଖେଳାଳିଙ୍କ ନିଲାମ। କୋଲକାତାରେ ଏହି ହାଇବଜେଟ ନିଲାମି ପ୍ରକିୟା ଅନୁଷ୍ଠିତ ହେବାନେଇ ସ୍ପଷ୍ଟ ହୋଇଛି । ନିଲାମରେ 971 ଖେଳାଳି ଥିବାବେଳେ ଟିମଙ୍କ ପାଖରେ ମାତ୍ର 73 ଖେଳାଳିଙ୍କ ସ୍ଥାନ ରହିଛି । 971 ଖେଳାଳିଙ୍କ ମଧ୍ୟରୁ 713 ଜଣ ଭାରତୀୟ ଓ 258 ଜଣ ବିଦେଶୀ କ୍ରିକେଟର ଅଛନ୍ତି। ଅଷ୍ଟ୍ରେଲିଆରୁ ସର୍ବାଧିକ 55 ଜଣ କ୍ରିକେଟର ନିଲାମ ପାଇଁ ରେଜିଷ୍ଟର କରିଛନ୍ତି ।
ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ 2020 ଆଇପିଏଲରେ ଭାଗ ନେବେନାହିଁ । ସେଥିପାଇଁ ସେ ନିଲାମ ପ୍ରକ୍ରିୟାରେ ତାଙ୍କର ନାମ ନାହିଁ । ଶେଷଥର 2015ରେ ଆରସିବି ପକ୍ଷରୁ ଖେଳିଥିଲେ ଷ୍ଟାର୍କ । 2018 ଆଇପିଏଲରେ 9.4 କୋଟି ଟଙ୍କାର ଅର୍ଥରେ କେକେଆର ଷ୍ଟାର୍କଙ୍କୁ ହାତେଇଥିଲା । ମାତ୍ର ଆହତ କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲେ ।