ସିଡନୀ: ଭାରତୀୟ କ୍ରିକେଟ ଦଳ ଥିବା ଅଲମ୍ପିକ୍ ପାର୍କ ଠାରୁ ପ୍ରାୟ 30 କିଲୋମିଟର ଦୂରରେ ବିମାନ ଦୁର୍ଘଟଣା । ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ସିଡନୀ ଅଲମ୍ପିକ ପାର୍କରେ କ୍ବାରେଣ୍ଟାଇନରେ ରହିଛନ୍ତି ।
ଶନିବାର ଦିନ କ୍ରୋମର ପାର୍କରେ ଫୁଟବଲ ଖେଳୁଥିବା ବେଳେ ଏକ ହାଲୁକା ବିମାନ ପଡ଼ିଆକୁ ଖସିଯାଇଥିଲା । ଏହାପରେ ସେଠାରେ ଥିବା ଖେଳାଳି ମାନେ ପଳାଇ ଯାଇଥିଲେ । ସ୍ଥାନୀୟ କ୍ରିକେଟର ଏବଂ ଫୁଟବଲ ଖେଳାଳିମାନେ ଭୟଭୀତ ହୋଇଯାଇଥିଲେ । ବିମାନଟି ପଡ଼ିଆରୁ ପୁଣି ଯିବା ପରେ କ୍ରିକେଟ୍ ଏବଂ ଫୁଟବଲ୍ ମ୍ୟାଚ୍ ପୁନଃ ଚାଲିଥିଲା ।