ନୂଆଦିଲ୍ଲୀ: ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରାୟ 'ସାର୍' ସମ୍ବୋଧନ କରାଯାଇ ଥାଏ । କିନ୍ତୁ ଏହି ଉପାଧି ତାଙ୍କୁ ବ୍ୟକ୍ତିଗତ ଭାବେ ତାଙ୍କୁ ପସନ୍ଦ ନୁହେଁ । ଜାଡେଜା ଏକ ସାକ୍ଷତକାରରେ କହିଛନ୍ତି ଯେ, ମାହି ଭାଇ ଏକ ଟ୍ବିଟ କରିଥିଲେ । ଏହି ଟ୍ବିଟ ପରେ ସାର୍ ନାଁ ମୋ ସହ ଯୋଡି ହୋଇଥିଲା । ବ୍ୟକ୍ତିଗତ ଭାବେ ମତେ ସାର୍ ସମ୍ବୋଧନ ପସନ୍ଦ ନୁହେଁ । ମୁଁ ସବୁବେଳେ ଲୋକଙ୍କୁ କହେ ମତେ ମୋ ନାଁ ରେ ଡାକ , ଜଡ୍ଡୁ କିମ୍ବା ଜାଡେଜା ।
ଜାଡେଜାଙ୍କୁ ନାପସନ୍ଦ 'ସାର୍' ଡାକ - 'ସାର୍' ସମ୍ବୋଧନ
ବ୍ୟକ୍ତିଗତ ଭାବେ ମତେ ସାର୍ ସମ୍ବୋଧନ ପସନ୍ଦ ନୁହେଁ । ମୁଁ ସବୁବେଳେ ଲୋକଙ୍କୁ କହେ ମତେ ମୋ ନାଁ ରେ ଡାକ , ଜଡ୍ଡୁ କିମ୍ବା ଜାଡେଜା ।
ravindra jadeja
ଏଥିସହ ଜାଡେଜା କହିଥିଲେ ଯେ, ଟିମ୍ର ଅନେକ ଖେଳାଳି କାଫି ଥଟ୍ଟାମଜା କରନ୍ତି । ବିରାଟ କୋହଲି ତାଙ୍କ ମଧ୍ୟରୁ ଜଣେ । ସେ ସମସ୍ତଙ୍କର ମିମିକ କରନ୍ତି । ଜାଡେଜା ଆହୁରି ମଧ୍ୟ କହିଛନ୍ତି, କ୍ରିକେଟ ବପତ କିଛି ଦେଇଛି । ବହୁତ ଲୋକଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି ।