ଲାହୋର: ସୁସ୍ଥ ଅଛନ୍ତି ପାକିସ୍ତାନ ସ୍ପିଡଷ୍ଟାର ହାସନ ଅଲ୍ଲୀ । ପିଠି ଯନ୍ତ୍ରଣା ଯୋଗୁଁ ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଚର୍ଚ୍ଚାରେ ବିରାମ ଲାଗିଛି ।
ପାକିସ୍ତାନ ସ୍ପିଡଷ୍ଟାର ହାସନ ଅଲ୍ଲୀ ସୁସ୍ଥ, ହେବନି ଅସ୍ତ୍ରୋପଚାର - ପାକିସ୍ତାନ ସ୍ପିଡଷ୍ଟାର ହାସନ ଅଲ୍ଲୀ
ସୁସ୍ଥ ଅଛନ୍ତି ପାକିସ୍ତାନ ସ୍ପିଡଷ୍ଟାର ହାସନ ଅଲ୍ଲୀ । ପିଠି ଯନ୍ତ୍ରଣା ଯୋଗୁଁ ଅସ୍ତ୍ରୋପଚାର ଆବଶ୍ୟକ ଚର୍ଚ୍ଚାରେ ବିରାମ ଲାଗିଛି ।

ଅଷ୍ଟ୍ରେଲିଆ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମେଡିକାଲ ଟିମର ସ୍ପାଇନାଲ ଥେରାପିଷ୍ଟ ପ୍ରଫେସର ଓ' ସୁଲିଭାନ ଓ ଲାହୋରର ନ୍ୟୁରୋସର୍ଜନ ଆସିଫ ବାସିରଙ୍କ ନେତୃତ୍ବରେ, ହାସନ ଅଲ୍ଲୀଙ୍କ ଆହତ ଅବସ୍ଥାର ପରୀକ୍ଷା କରାଯାଇଥିଲା । ପ୍ରାୟ 2 ଘଣ୍ଟାରୁ ଅଧିକ ସମୟ ଧରି ଅନଲାଇନ ସେସନ ପରେ, ଅସ୍ତ୍ରୋପଚାରର ଆବଶ୍ୟକତା ନଥିବା ଜଣାପଡିଛି ।
ଫଳରେ ଖୁବଶ୍ରୀଘ୍ର ହାସନ ଅଲ୍ଲୀ ସୁସ୍ଥ ହୋଇ ଅଭ୍ୟାସକୁ ଫେରିବେ ବୋଲି, ପାକିସ୍ତାନ କ୍ରିକେଟ ବୋର୍ଡ ନିର୍ଦ୍ଦେଶକ ସୋହେଲ ସଲିମ କହିଛନ୍ତି । ଏଥିସହିତ ଶ୍ରୀଘ୍ର ସୁସ୍ଥତା ପାଇଁ ବୋର୍ଡ ପକ୍ଷରୁ ହାସନ ଅଲ୍ଲୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।